ଛତିଶଗଡ଼ରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ

ଛତିଶଗଡ଼ରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ

ଛତିଶଗଡ଼ରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ


#ବିଜାପୁର(ଏଜେନ୍ସି): ଦେଶରେ ନକ୍ସଲ ଦମନ ପାଇଁ ସୁରକ୍ଷା ବିଭାଗ ପକ୍ଷରୁ ଅବିରତ ଉଦ୍ୟମ ଜାରି ରହିଛି । ବିଭିନ୍ନ ସ୍ଥାନରେ ନକ୍ସଲଙ୍କ ପ୍ରାଦୁର୍ଭାବ ବଢ଼ୁଥିବାବେଳେ ଏହାକୁ ନିପାତ କରିବା ପାଇଁ ଯବାନମାନେ ଲାଗିପଡ଼ିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ମୃତାହତ ହୋଇଥିବା ୬ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି । ଛତିଶଗଡ଼ ବିଜାପୁର ଜିଲ୍ଲା ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ନକ୍ସଲଙ୍କ ଏନକାଉଣ୍ଟରରେ ୬ ନକ୍ସଲ ଟଳି ପଡ଼ିଛନ୍ତି । ଛତିଶଗଡ଼ରେ ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନରେ ଡିଆରଜି, ସିଆରପିଏଫ ଓ କୋବ୍ରା କମାଣ୍ଡୋ ସାମିଲ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲ ମଧ୍ୟରୁ ନକ୍ସଲମାନେ ଫାୟାରିଂ କରିଥିଲେ । ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ନକ୍ସଲମାନେ ଜଙ୍ଗଲରେ ଖୋଜାଖୋଜି କରି ୬ ମୃତଦେହ ଉଦ୍ଧାର କରିଛନ୍ତି । ସେଥି ମଧ୍ୟରୁ ଦୁଇଟି ମୃତଦେହ ମହିଳାଙ୍କର ବୋଲି ଜଣାଯାଇଛି । ଏଥିସହ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ବି ଜବତ ହୋଇଛି । ଯବାନଙ୍କ ଗୁଳିରେ ଆହୁରି ବହୁ ନକ୍ସଲ ଆହତ ହୋଇଥିବା ଜଣାଯାଇଛି । ତେବେ ସେମାନେ ଛତ୍ରଭଙ୍ଗ ଦେଇ କେଉଁଆଡ଼େ ଚାଲି ଯାଇଥିବାବେଳେ ସେମାନଙ୍କ ସନ୍ଧାନ ଆରମ୍ଭ କରିଛନ୍ତି ଯବାନ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ