ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ

News by Smrutiranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଶିଶୁ ମନ୍ଦିରରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁମନ୍ଦିର ସଭାପତି ସ୍ୱପ୍ନା ନାୟକଙ୍କ ପୌରହିତ୍ୟରେ ଇମ୍ଫା ଶିଳ୍ପ ସଂସ୍ଥା ଦ୍ୱାରା ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରାଯିବା ସହ ଚଳିତ ଶିକ୍ଷାବର୍ଷରେ ଏ ୱାନରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୮ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇମ୍ଫାର ମୁଖ୍ୟ ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ସାରଦା ପ୍ରସାଦ ରାଓ, ଲୋକ ସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶିକ୍ଷାଧିକାରୀ ସରୋଜିନୀ ସାହୁ, ଅତିରିକ୍ତ ଶିକ୍ଷା ଅଧବକାରୀ ଅରୁନ୍ଧତି ମିଶ୍ର, ସିଆରସି ରାଜେଶ ନାୟକ, ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ବଂଶୀଧର କାଣ୍ଡ, ସୂର୍ଯ୍ୟନାରାୟଣ ଦାସ, ସୁଜାତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥି ମାନେ ଶିଶୁମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ଇଶ୍ୱର ବିଶ୍ୱାସ, ଗୁରୁଜନ ଭକ୍ତିଏବଂ ନିଜର କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ ପୂର୍ବକ ପ୍ରେରଣା ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ଅମର କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ବାଣୀଭୂଷଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ଓ ଅତିଥି ପରିଚୟ ଦେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି