ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ

ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ

ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ


ମୁମ୍ବାଇ(ଏଜେନ୍ସି): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜଣେ ଶିଶୁଙ୍କ ପାଇଁ ସାହାଯ୍ୟ ମାଗି ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି । ଏ ନେଇ ଲଗାତର ରିୟାଙ୍କୁ ନେଇ ଜୋରଦାର ଟ୍ରୋଲ ହେଉଛି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଛନ୍ତି ଫ୍ୟାନ୍ । ଏଥିପାଇଁ ସୋସିଆଲ ମିଡିଆରେ ଆଜିକାଲି କମ୍ ଆକ୍ଟିଭ ଅଛନ୍ତି ରିୟା । ନା କିଛି ପୋଷ୍ଟ କରୁଛନ୍ତି ନା କେଉଁ ପୋଷ୍ଟର ଉତ୍ତର ରଖୁଛନ୍ତି । ତେବେ ନିକଟରେ ରିୟା କରିଥିବା ଏକ ଭିଡିଓ ପୋଷ୍ଟକୁ ନେଇ ପୁଣି ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି ।
ଗତ ବୁଧବାର (୩୦.୬.୨୦୨୧)ରେ ରିୟା ଚକ୍ରବର୍ତ୍ତୀ ଏକ ଶିଶୁର ଭିଡିଓ ସେୟାର କରିଥିଲେ । ଅସୁସ୍ଥ ଥିବା ଏହି ଶିଶୁର ଚିକିତ୍ସା ପାଇଁ ଟଙ୍କା ଡୋନେଟ୍ କରିବାକୁ ତାଙ୍କ ଫ୍ୟାନଙ୍କୁ ଅପିଲ କରିଥିଲେ । ତେବେ ରିୟାଙ୍କ ଏଭଳି କାର୍ଯ୍ୟକୁ ତାଙ୍କ ଫ୍ୟାନମାନେ ସହ୍ୟ କରିପାରି ନାହାନ୍ତି । ଜୋରଦାର ଟ୍ରୋଲ କରି ସେମାନେ କହିଛନ୍ତି, ଇମେଜ୍ ସୁଧାରିବାକୁ ରିୟାଙ୍କ ଏହି ଟ୍ରିକ୍ କାମ କରିବନି । ବର୍ଷକର ଏହି ଶିଶୁ ବିରଳ ଜିନଗତ ରୋଗରେ ଆକ୍ରାନ୍ତ । ଶିଶୁକୁ ୨ ବର୍ଷ ହେବା ଭିତରେ ଯଦି ତାର ଚିକିତ୍ସା କରାନଯାଏ ତେବେ ତାର ଜୀବନ ଚାଲିଯିବ । ଶିଶୁର ଚିକିତ୍ସା ପାଇଁ ଏକ ବିଶେଷ ଔଷଧ ଜୋଲଗେନସମା ଦରକାର । ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ଏହି ଔଷଧ କିଣିବାକୁ ରିୟା ନିଜ ଫ୍ୟାନ୍ ଓ ଫଲୋଅର୍ସଙ୍କୁ ଟଙ୍କା ସାହାଯ୍ୟ ମାଗିଥିଲ । ଶିଶୁର ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଥିଲେ ‘ ପ୍ଲିଜ୍ ହେଲ୍ପ ଜାନିଶ’ । ତେବେ ରିୟାଙ୍କ ଏହି ପୋଷ୍ଟ ଭିଡିଓ ଭାଇରାଲ ହେବା ସହ ଜୋରଦାର ଟ୍ରୋଲ ଆରମ୍ଭ ହୋଇଛି । କିଏ ରିୟାଙ୍କୁ ସିମ୍ପାଥୀ କୁଇନ୍ କହିଛି ତ ଆଉ କିଏ ଲେଖିଛି, ତମେ ଅଧିକା ପଇସା ଲୁଟିଛ ତେଣୁ ତୁମେ ହିଁ ସାହାଯ୍ୟ କରିବା ଉଚିତ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ