ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ: ଡିଏମଇଟି

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ: ଡିଏମଇଟି

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ: ଡିଏମଇଟି

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ଏଥି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲାଯାଇ ଅଧିକ ଡାକ୍ତର ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି । ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ହେବ । ଯେତେବେଳେ କି ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲାଗି ରାଜ୍ୟ ସରକାର ଯୋଜନା ରଖିଛନ୍ତି । ବର୍ତ୍ତମାନ ରାଜ୍ୟର ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି । ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି । ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ୭୦୦ ଡାକ୍ତରୀ ସିଟ ରହିଛି । ଏବେ ରାଜ୍ୟରେ ଖୋଲିଥିବା ୭ଟି ନୂଆ ମେଡିକାଲ କଲେଜ ଯୋଗୁଁ ଆଉ ୭୦୦ ସିଟ ଯୋଡ଼ି ହୋଇଛି । ଫଳରେ ରାଜ୍ୟର ସରକାରୀ ମେଡିକାଲ କଲେଜର ମୋଟ ଡାକ୍ତରୀ ସିଟ ସଂଖ୍ୟା ୧୪୦୦ରେ ପହଞ୍ଚିଛି । ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟରେ ଦେଖାଦେଇଥିବା ଡାକ୍ତର ଅଭାବ ସମସ୍ୟା ଦୂର ହେବ । ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଓ ଭିତ୍ତିଭୂମିର ବିକାଶ କରାଯାଉଛି । ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନଯିବା ପାଇଁ ଦୁଇ ବର୍ଷ ବଣ୍ଡ ବା ଚୁକ୍ତି କରାଯାଉଛି । ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏନେଇ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ ବୋଲି ଡିଏମଇଟି ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ