ଘୁଞ୍ଚିବ ମାଟି୍ରକ ପରୀକ୍ଷା ଫଳ ପ୍ରକାଶନ !

ଘୁଞ୍ଚିବ ମାଟି୍ରକ ପରୀକ୍ଷା ଫଳ ପ୍ରକାଶନ !

୨୮ ପର୍ଯ୍ୟନ୍ତ ଘୁଞ୍ଚିଲା ଟାବୁଲେସନ ଯାଞ୍ଚ: ଆସନ୍ତା ୨୯ରୁ ଜୁନ ୭ ମଧ୍ୟରେ ହେବ ମାର୍କ ଅପଲୋଡ
କଟକ(ଏନ୍.ଏମ୍.): ଚଳିତ ବର୍ଷ ମେଟି୍ରକ ପରୀକ୍ଷା ଫଳକୁ କେତେକ କାରଣ ଯୋଗୁଁ ଘୁଞ୍ଚାଯାଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ସୂତ୍ରରୁ ଜଣାପଡ଼ିଛି । ସମ୍ପ୍ରତି କରୋନା ମହାମାରୀ ଏବଂ ସମ୍ଭାବ୍ୟ ବାତ୍ୟା ‘ୟାଶ’କୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଚାଲିଥିବା ଟାବୁଲେସନ ରେଜିଷ୍ଟର ଯାଞ୍ଚର ଶେଷ ତାରିଖ ଏବଂ ବୋର୍ଡ ୱେବସାଇଟରେ ମେଣ୍ଟର ସ୍କୁଲଗୁଡିକ ପକ୍ଷରୁ ମାର୍କ ଅପେଲୋଡର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଏବଂ ମେଣ୍ଟର ସ୍କୁଲଗୁଡିକର ପ୍ରଧାନଶିକ୍ଷକମାନେ ସ୍କୁଲଗୁଡିକ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟାବୁଲେସନର ରେଜିଷ୍ଟରକୁ ୨୧ ତାରିଖ ପରିବର୍ତ୍ତେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରିବେ । ଆସନ୍ତା ୨୯ରୁ ଜୁନ ୭ ତାରିଖ ମଧ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର ୱେବସାଇଟରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଅପଲୋଡ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ମାତ୍ର ତାରିଖ ପରିବର୍ତ୍ତନ ଯୋଗୁଁ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା ଏବଂ ଫଳ ପ୍ରକାଶ ବିଳମ୍ବ ହେବାର ଅନୁମାନ କରାଯାଉଛି । ଯାଞ୍ଚ ପ୍ରକ୍ରିୟା ବିଳମ୍ବ ଯୋଗୁଁ ପରୀକ୍ଷା ଫଳ ମଧ୍ୟ ବିଳମ୍ବ ଯଥେଷ୍ଟ ସମ୍ଭାବନା ରହିଛି । ଚଳିତ ବର୍ଷ ରାଜ୍ୟରେ କରୋନାର ସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯିବ । ନୂତନ ଢାଞ୍ଚାରେ ମାର୍କ ଦେବା ଲାଗି ଯୋଜନା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ପ୍ରାୟ ୬ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚôତ ହୋଇଥିଲେ । ବୋର୍ଡ ତରଫରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ନବମ ଶ୍ରେଣୀର ବାର୍ଷିକ ଏବଂ ଷାଣ୍ମାସିକ ପରୀକ୍ଷା ଫଳରୁ ୪୦ ପ୍ରତିଶତ ଏବଂ ଦଶମ ଶ୍ରେଣୀର ପ୍ରଥମ, ଦ୍ୱିତୀୟ ଏବଂ ଚତୁର୍ଥ ଅଭ୍ୟାସ ମାର୍କରୁ ୬୦ ପ୍ରତିଶତ ଆଧାରରେ ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଗତ ମେ ୧୨ ତାରିଖ ଠାରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ଶ୍ରେଣୀର ମାର୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିଲାଗି ରାଜ୍ୟର ପ୍ରାୟ ୨୭୬୬ଟି ମେଣ୍ଟର ସ୍କୁଲର ବ୍ୟବସ୍ଥା କରାଯିବା ସହ ସ୍ଥାନୀୟ ଅଞ୍ଚଳର କିଛି ସ୍କୁଲକୁ ଏଥିରେ ସଂଲଗ୍ନ କରାଯାଇଥିଲା । ସଂଲଗ୍ନ ସ୍କୁଲଗୁଡିକ ସେମାନଙ୍କ ଛାତ୍ରଛାତ୍ରୀଙ୍କ ନବମ ଏବଂ ଦଶମ ଶ୍ରେଣୀ ମାର୍କର ଏକ ଟାବୁଲେସନ ରେଜିଷ୍ଟର (ଟିଆର) ପ୍ରସ୍ତୁତ କରି ମେଣ୍ଟର ସ୍କୁଲ ନିକଟରେ ଦାଖଲ କରିିଥିଲେ । ଏହି ଟିଆର ଯାଞ୍ଚ ଲାଗି ପ୍ରତି ମେଣ୍ଟର ସ୍କୁଲରେ ପ୍ରଧାନଶିକ୍ଷକଙ୍କ ବ୍ୟତୀତ ୨ରୁ ୩ଜଣ ଶିକ୍ଷକ ନିୟୋଜିତ ହୋଇଥିଲେ । ରାଜ୍ୟରେ ପ୍ରାୟତଃ ୮ହଜାରରୁ ଉଦ୍ଧ୍ୱର୍ ଶିକ୍ଷକଙ୍କୁ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ମେଣ୍ଟର ସ୍କୁଲ ପକ୍ଷରୁ ଟିଆର ଯାଞ୍ଚ କରି ଗତ ୧୭ ତାରିଖରେ ସମ୍ପୃକ୍ତ ଜିଲ୍ଲାରେ ଡିିଇଓଙ୍କ ନିକଟରେ ଦାଖଲ କରିଥିଲେ । ସମ୍ପୃକ୍ତ ଜିଲ୍ଲାର ଡିଇଓମାନେ ୨୧ ତାରିଖ ଅର୍ଥାତ ଆଜି ସୁଦ୍ଧା ଏହାର ଯାଞ୍ଚ ଶେଷ କରିବାକୁ କୁହାଯାଇଥିଲା । ହେଲେ ବିଭିନ୍ନ ଜିଲ୍ଲାରେ ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନଥିବା ଜଣାପଡିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି