ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି

ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି

ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି


#କଟକ(ଏନ୍‌.ଏମ୍‌.): କଟକ ସହରରେ ବୈଷ୍ଣବ ଧର୍ମ ଆଗମନର ମୁକସାଖୀ ମହାନଦୀର ଗଡ଼ଗଡ଼ିଆ ଘାଟରେ ଥିବା ଗଡଗଡେଶ୍ୱର ମନ୍ଦିରର ଜିଣ୍ଣୋଦ୍ଧାର ସହ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ଚୁଡାନ୍ତ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି । ମହାନଦୀ କୂଳରେ ଆବାହମାନ କାଳରୁ ପୂଜା ପାଇ ଆସୁଛନ୍ତି ଶ୍ରୀ ଶ୍ରୀ ଗଡଗଡେଶ୍ୱର ବା ଗଡଗଡିଆ ମହାଦେବ । କଟକର ବିଭିନ୍ନ ଶୈବପୀଠମାନଙ୍କ ମଧ୍ୟରୁ ଏହି ପୀଠ ଅନ୍ୟତମ । ଏହି ଶୈବପୀଠର ଜିର୍ଣ୍ଣୋଦ୍ଧାର ମହୋତ୍ସବ ଅବସରରେ ଆସନ୍ତା ଫାଲଗୁନ ମାସ କୁଷ୍ଠପକ୍ଷ ଷଷ୍ଠୀ ତିଥିରେ ତଥା ମାର୍ଚ୍ଚ ମାସ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାରମ୍ପରିକ ରୀତି ନୀତି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ଶନିବାର ଅର୍ଥାତ ମାର୍ଚ୍ଚ ୨ ତାରିଖ ଦିନ ଅଙ୍କୁରାରୋପଣ ମଣ୍ଡଳାଧିବାସ ଓ ଶାଲାସଂସ୍କାର ହେବ । ୩ରେ ଜଳଯାତ୍ରା ଅଗ୍ନିସ୍ଥାପନ ଧ୍ୟାନଦିବସ, ୪ରେ ସୂର୍ଯ୍ୟପୂଜା, ଗୋପୂଜା, ଦେବତା ମହାସ୍ନାନ ଓ ଶୟନ କାର୍ଯ୍ୟକ୍ରମ ହେବା ପରେ ୫ରେ ସୂର୍ଯ୍ୟପୂଜା, ଗୋପୁଜା, ଦେବତାମାନଙ୍କର ନ୍ୟାସ ଓ ପ୍ରାଣ ପ୍ରତିଷ୍ଠା ହେବ ଏବଂ ୬ରେ ତ୍ରିଶୂଳ ଚକ୍ର ଧ୍ୱଜାରୋହଣ ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ପ୍ରବେଶ, ସହିତ ୭ ତାରିଖରେ ଦେବଦେବୀଙ୍କ ନବଯୌବନ ଦର୍ଶନ, ଗୋଧୂଳି ସମୟରେ ପୂର୍ଣ୍ଣାହୂତି, ଆଳତି, ପୁଷ୍ପାଞ୍ଜଳି ଏବଂ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିବା ବେଳେ ସଂଧ୍ୟା ସମୟରେ ବରେଣ୍ୟ ବକ୍ତାଙ୍କ ଦ୍ୱାରା ପ୍ରବଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିବେକାନନ୍ଦ ପଣ୍ଡା, ହୃଷିକେଶ ପଣ୍ଡା, ବିଧିସା ପ୍ରସାଦ ପଣ୍ଡା, ଦେବାଶିଷ ପଣ୍ଡା, ବିଶ୍ୱରଞ୍ଜନ ପଣ୍ଡା, ରାଧାକୃଷ୍ଣ ପଣ୍ଡା, ମିଳନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ