କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍‌ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା

କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍‌ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା

କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍‌ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା


ନୂଆଦିଲ୍ଲୀ (ଏଜେନ୍ସି): କ୍ରୀଡ଼ା ଜଗତରେ ଓଡ଼ିଆ ପୁଅଙ୍କ ଦପ୍‌ଦପା ବଢ଼ିବାରେ ଲାଗିଛି । ପୁଣିଥରେ ଜାତୀୟ ପୁରୁଷ ହକି ଟିମରେ ଓଡ଼ିଆ ପୁଅକୁ ଉପଯୁକ୍ତ ସମ୍ମାନ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଉପ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି । ଲାକ୍ରା ଓ ହରମନପ୍ରୀତି ସିଂହ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବଭଳି ମନପ୍ରୀତ ସିଂହ ପୁରୁଷ ଦଳର ଅଧିନାୟକ ପଦ ଦାୟିତ୍ୱରେ ରହିଛନ୍ତି । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ପୁରୁଷ ହକି ଟିମରେ ଲାକ୍ରାଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ରହିଛନ୍ତି । ସେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ସେହିପରି ଲାକ୍ରାଙ୍କ ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ । ୨୦୧୬ ମସିହାରେ ସେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ମଧ୍ୟ ଆହତ କାରଣରୁ ଖେଳି ନଥିଲେ । କିନ୍ତୁ ୨୦୧୨ରେ ଭାରତକୁ ବିଶ୍ୱସ୍ତରରେ ପ୍ରତିନିଧିତ୍ୱ କରିଥିଲେ । ଗତକାଲି ଭାରତୀୟ ମହିଳା ହକି ଟିମର ଉପ ଅଧିନାୟକ ଭାବେ ଓଡ଼ିଆ ଝିଅ ଦୀପଗ୍ରେସ ଏକାଙ୍କୁ ନିଯୁକ୍ତି ମିଳିଥିଲା । ରାଣୀ ରାମପଲ ପୂର୍ବଭଳି ଅଲିମ୍ପିକ୍ସରେ ମହିଳା ଦଳର ଅଧିନାୟିକତ୍ୱ କରିବେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ