କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ

କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ

କେନ୍ଦ୍ରାପଡ଼ା (ଏନ୍.ଏମ୍.): କେନ୍ଦ୍ରାପଡ଼ାରେ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରଶାସନି ପ୍ରସ୍ତୁତିର ତଦାରଖ ନିମନ୍ତେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ସଚିବ ଶ୍ରୀ ଶର୍ମା କେନ୍ଦ୍ରପଡ଼ାରେ ପହଞ୍ଚô ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଶାସନ ପକ୍ଷରୁ ପ୍ରସ୍ତୁ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶ୍ରୀ ଶର୍ମାକୁଙ୍କୁ ଅବଗତ କରାଇଥିଲେ । ଜିଲ୍ଲାର ୯ଟି ବ୍ଲକର ୧୩୫ଟି ଗ୍ରାମପଞ୍ଚାୟତରେ ୫୯ହଜାର ୨୬୬ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ୫୨୪ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ଆଳି, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ରାଜକନିକା, ରଜନଗର ବ୍ଲକ ଓ ପଟ୍ଟାମୁଣ୍ଡାଇ ମୁନିସପାଲିଟିକୁ ୧୧୨୩ କ୍ୱିଣ୍ଟାଲ ଚୁଡ଼ା, ୧୪୦କ୍ୱିଣ୍ଟାଲ ଗଡ଼, ୧୧୨୧ କାର୍ଟୁନ ବିସ୍କୁଟ, ୯୫୦ ପ୍ୟାକେଟ ମହମବତୀ, ୩୫୫ପ୍ୟାକେଟ ସିଆସିଲ ଆଦି ଜରୁରୀକାଳୀନ ସାମଗ୍ରୀ ରିଲିଫ ଯୋଗାଇ ଦିଆଯାଇଛି । ଆଳି, ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ବ୍ଲକର ୧୧୭ଟି ବାତ୍ୟା ଆଶ୍ରୟସ୍ଥଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୩୫ଟି ଟାୱାର ଲାଇଟ, ୫୭ଟି ଜେନେରେଟର, ୧୧୬ଟି ପାୱାର ବୋଟ ମହଜୁଦ ରଖାଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ୫୪ଜଣ ନୋଡ଼ାଲ ଅଧିକାରୀ ୨୫୩ଜଣ ଶ୍ରମିକ, ୨୯ଟି ଏକ୍ଜାଭେଟର, ୧୫ଟି ବୈଦୁ୍ୟତିକ କରତ, ୫୮ଟି ଜେସିବି, ୨ଟି ଜେନେରେଟର, ୨୨ଟି ଟିପର, ୧୦୨ଟି ଟ୍ରାକ୍ଟର ପ୍ରସ୍ତୁତ ରଖାଯାଇଛି । ୯ଟି ବ୍ଲକର ୨୫ଟି ସ୍ଥାନରେ ୧୩୮୯ କର୍ମଚାରୀ, ୫୪୮୦ଟି ପୋଲ, ୨୬୬ଡିଟି, ୩୯୦ଟି କଣ୍ଡକ୍ଟର ବିଦୁ୍ୟତ ସରବରାହ ନିମନ୍ତେ ପ୍ରସ୍ତୁତ ରହିଛି । ସେହିପରି ଜଳଯୋଗାଣ ନିମନ୍ତେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ୬୧ଟି ଟ୍ୟାଙ୍କ ମଧ୍ୟ ପ୍ରସ୍ତୁତ କରାଯାଇଛି । ତେବେ ବାତ୍ୟା ପୂର୍ବରୁ ଓ ବାତ୍ୟାପରେ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇବା ଉପରେ ଗୁରୁତ୍ୱ ଦେବାକୁ ସଚିବ ଶ୍ରୀ ଶର୍ମା ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି କୋଭିଡ ସଂକ୍ରମିତ ଲୋକଙ୍କୁ ଆଶ୍ରୟସ୍ଥଳରେ ଅଲଗା ରହଣି ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ସେ କହିଥିଲେ । ଏହି ସମୀକ୍ଷାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଲ୍ଲୀପ କୁମାର ପରିଡ଼ା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ