କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ପୀଡିତଙ୍କୁ ବଡ଼ ମେଡିକାଲରେ ଭେଟିଲେ ବରିଷ୍ଠ ଜନନେତା ବିଜୟ ମହାପାତ୍ର

କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ପୀଡିତଙ୍କୁ ବଡ଼ ମେଡିକାଲରେ ଭେଟିଲେ ବରିଷ୍ଠ ଜନନେତା ବିଜୟ ମହାପାତ୍ର

କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ପୀଡିତଙ୍କୁ ବଡ଼ ମେଡିକାଲରେ ଭେଟିଲେ ବରିଷ୍ଠ ଜନନେତା ବିଜୟ ମହାପାତ୍ର

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): କେନ୍ଦ୍ରାପଡା ବାଲିଆ ଅଞ୍ଚଳରେ ଅନୁଷ୍ଠିତ କାର୍ତ୍ତିକ ଭସାଣ ସମୟରେ ହୋଇଥିବା ପ୍ରଚଣ୍ଡ ବାଣ ବିସ୍ଫୋରଣ ଘଟଣାରେ ସ୍ଥାନୀୟ ଅଞ୍ଚଳର ୩୦ରୁ ଅଧିକ ଅଧିବାସୀ ଗୁରୁତର ରୂପେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେଇ ପରିପେକ୍ଷୀରେ ଆଜି ବରିଷ୍ଠ ଜନନେତା ଶ୍ରୀଯୁକ୍ତ ବିଜୟ ମହାପାତ୍ର କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ବାଣ ବିସ୍ଫୋରଣ ପୀଡିତ ମାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଆବଶ୍ୟକ ସ୍ଥଳେ ସାହାଯ୍ୟ ସହଯୋଗ ଯୋଗାଇଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଶ୍ରୀଯୁକ୍ତ ମହାପାତ୍ର ପୀଡିତ ମାନଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ଡାକ୍ତର ମାନଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ । ପୁଲିସ ପ୍ରଶାସନ ପକ୍ଷରୁ ଭସାଣିରେ ବାଣ ଫୁଟା ନିଷେଧ ଥିଲେ ମଧ୍ୟ ସେମାନଙ୍କ ଉପସ୍ଥିତିରେ ହୋଇଥିବା ବାଣ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିବା ସହିତ ଉଚିତ ସମୟରେ ପୁଲିସ କଡା ପଦକ୍ଷେପ ଗ୍ରହଣ କରିଥିଲେ ହୁଏତ ଏପରି ବିଷମ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା ବୋଲି ନିଜର ମନ୍ତବ୍ୟ ମଧ୍ୟ ରଖିଥିଲେ । ପ୍ରତିଟି ପୀଡିତମାନଙ୍କୁ ଭେଟି ସାରି ଗଣମାଧ୍ୟମ ସମ୍ମୁଖରେ ସ୍ଥାନୀୟ ପୁଲିସ ପ୍ରଶାସନ ଓ ପୁଲିସ ଆଇଜିଙ୍କର ଚରମ ଅବହେଳାକୁ ତୀବ୍ର ସମାଲୋଚନା କରିବା ସହିତ ସେମାନଙ୍କ ବିରୁଦ୍ଧରେ କଠୋର ଅପରାଧୀକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ନିକଟରେ ନିଜର ଦାବୀ ଉପସ୍ଥାପନ କରିଥିଲେ । ଆଇନଜୀବୀ ଶୁଭେନ୍ଦୁ ମହାନ୍ତି, ବରିଷ୍ଠ ରାଜନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ରେଭେନ୍ସାର ପୂର୍ବତନ ସଭାପତି ଜ୍ୟୋତିରଞ୍ଜନ ରାୟ, ଅକ୍ଷୟ ପଣ୍ଡା, ପ୍ରଭାତ ତ୍ରିପାଠୀ, ସୁଦର୍ଶନ ଜେନା, ଦିପୁ ଭୂୟାଁ, ଜୟଦେବ ବେହେରା, ଗୌତମ ଦାସ, କିଶୋର ବୁଢ଼ା, ମଧୁ ସ୍ୱାଇଁ, ସଂଜୀବ ବାରିକ ପ୍ରମୁଖ ଶ୍ରୀଯୁକ୍ତ ମହାପାତ୍ରଙ୍କ ସହିତ ଉପସ୍ଥିତ ରହିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ