କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?, ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?, ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?
ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି

News by Kanhu charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ ନମ୍ବର ୱାର୍ଡ ପ୍ରଶାସନିକ ଅବହେଳା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଏହି ଅଞ୍ଚଳ ପ୍ରତି ସରକାର ଓ ପ୍ରଶାସନର କେବେ ଦୃଷ୍ଟି ପଡ଼ିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳଟି ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଛି । ଏହି ଅଞ୍ଚଳରେ ଆରାଧ୍ୟ ଦେବତା କୃଷ୍ନେଶ୍ୱର ମନ୍ଦିର, ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଶା ନରସିଂହୋମ, ବହୁ ପୁରାତନ ଚିନ୍ମୟ ଆଶ୍ରମ, ନିମପୁର ସର୍ବ ପୁରାତନ ପୁଷ୍କରଣୀ, ନଜରପୁର ପ୍ରାଥମିକ ବିଦ୍ୟାଳୟ ଓ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଥିବାବେଳେ ପ୍ରତିଦିନ ସକାଳେ ଓ ସଂନ୍ଧ୍ୟାରେ ହଜାର ହଜାର ଲୋକ ଏଠାରେ ଏକତ୍ରିତ ହୋଇଥାନ୍ତି । ତେବେ ଏହି ଅଞ୍ଚଳରେ ସିଏମସି ପକ୍ଷରୁ ଆଲୋକୀକରଣ ବ୍ୟବସ୍ଥା କରାଯାଇ ନଥବା ଯୋଗୁଁ ରାତ୍ରୀ ସମୟରେ ଅନ୍ଧାରର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ନିମପୁର ଖେଳ ପଡିଆ ମଧ୍ୟରେ ପ୍ରବେଶ କରି ମଦ, ଗଞ୍ଜେଇ ଓ ଚରସ ଭଳି ବିଭିନ୍ନ ପ୍ରକାରର ନିଶା ସେବନ କରିଥାନ୍ତି । ସେହିଭଳି କୃଷ୍ଣେଶ୍ୱର ମନ୍ଦିର ପାଖରେ ଥିବା କମିଟି ଗୃହରେ ବିଭାଗର କି ବ୍ରତଘର ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବହୁ ଲୋକଙ୍କ ସମାଗମ ହେଉଥିଲେ ମଧ୍ୟ ଏଠାରେ ଏକ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଦୁଇ ଗୋଟି ୱାର୍ଡର ଜାନି ଯାତ୍ରା ଠାରୁ ଆରମ୍ଭକରି ସଭା, ସମିତି ଭଳି ବିଭିନ୍ନ କାର୍ଯ୍ୟରେ ଗ୍ରାମବାସୀମାନଙ୍କୁ ଏହି ନିମପୁର ପଡିଆର ଆବଶ୍ୟକ ପଡିଥାଏ । ମୁଖ୍ୟତଃ ଦୋଳ ଯାତ୍ରା, କାର୍ତ୍ତିକଶ୍ୱର ଯାତ୍ରା ଓ ମହାଶିବ ରାତ୍ରୀ ଯାଗର ଯାତ୍ରା, ସରସ୍ୱତୀ ମେଲଣ ହେଉ କି ଶିବ ବିବାହ ଉତ୍ସବରେ ହଜାର ହଜାର ଲୋକ ଏଠାରେ ଏକତ୍ରିତ ହୋଇଥାନ୍ତି । ବର୍ଷକ ବାର ମାସ ଏହିଠାରେ ଥିବା ନିମପୁର ଷ୍ଟାଡିୟରେ କ୍ରିକେଟ ମ୍ୟାଚ ଅନୁଷ୍ଟିତ ହେଉଥିବା ଦେଖିବାକୁ ମିଳିଥାଏ ଏବଂ ସ୍ଥାନୀୟ ଅଞ୍ଚଳରେ ଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କର କ୍ରିଡା ପ୍ରତିଯୋଗିତା ମଧ୍ୟ ଏଠାରେ କରାଯାଇଥାଏ । ଏହି ଖେଳ ପଡିଆକୁ ଲାଗି ଏକ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ଟିଏ ମଧ୍ୟ ରହିଅଛି । ତେବେ ଏଠାରେ ଏକ ଡ୍ରେନ ନଥିବା କାରଣରୁ ଏହି ମେଡିକାଲର ସମସ୍ତ ବର୍ଜ୍ୟବସ୍ତୁ ସବୁ ଏଣେ ତେଣେ ପଡିଥିବା ଦେଖିବାକୁ ମଳିଛି । ଆଉ କିଛି ବର୍ଜ୍ୟ ବସ୍ତୁ ବଡ ପୋଖରୀ ମଧ୍ୟକୁ ଫିଙ୍ଗା ଯାଉଛି । ଅତୀତରେ ଏହି ନିମପୁର ଷ୍ଟାଡିୟମରେ ଭାରତ ସହିତ ଶ୍ରୀଲଙ୍କା ଅଣ୍ଡର ୧୬ର ଜୁନିୟର ଅର୍ନ୍ତଜାତୀୟ କ୍ରିକେଟ ମ୍ୟାଚ ମଧ୍ୟ ଅନୁଷ୍ଟିତ ହୋଇଛି । ଦୃଷ୍ଟି ବାଧିତ କ୍ରୀଡ଼ାବିତମାନଙ୍କ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ ହୋଇଥିବା ନଜିର ରହିଛି । ଏଠାରେ ଅନ୍ତରାଜ୍ୟ କ୍ରିକେଟ ମ୍ୟାଚ ଯେପରିକି ଓଡିଶା, ଝାଡଖଣ୍ଡ, ଦିଲ୍ଲୀ, ଗୁଜୁରାଟ ଭଳି ବିଭିନ୍ନ ରାଜ୍ୟର ଖେଳାଳି ମାନେ ଏହି ଷ୍ଟାଡିୟମରେ ମ୍ୟାଚ ଖେଳିବା ପାଇଁ ଜଗତପୁର ଅଞ୍ଚଳର ନିମପୁର ଷ୍ଟାଡିୟମକୁ ଆସିଥାନ୍ତି । କିନ୍ତୁ ଏହି ଅଞ୍ଚଳ ତଥା ନିମପୁର ଷ୍ଟାଡିୟମ କାହିଁକି ପ୍ରଶାସନିକ ଅବହେଳା ତାହା ବୁଝାପଡ଼ୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଷ୍ଟାଡ଼ିୟମ ପରିସରରେ ସୁଉଚ୍ଚ ତାରବାଡ଼ ଓ ଆଲୋକୀକରଣ ବ୍ୟବସ୍ଥା ନଥିବା ଯୋଗୁଁ ରାତ୍ରି ସମୟରେ ଅନ୍ଧାରର ସୁଯୋଗ ନେଇ ନିଶାଡିଆମାନଙ୍କ ଉପଦ୍ରବ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଏକ ପାର୍କ ନିର୍ମାଣ ଚାଲିଥିଲେ ମଧ୍ୟ ଏହି ଅଞ୍ଚଳର ସର୍ବପୁରାତନ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ସମ୍ପୃକ୍ତ କରାଯାଇ ପାରିଲା ନାହିଁ ବୋଲି ଅଭିଯୋଗ ଉଠିଛି । ପୁନଶ୍ଚ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ପଡିରହିଛି । ଏହି ଚିକିତ୍ସା କେନ୍ଦ୍ରଟି ଏବେ ଭଡା ଘରେ ଚାଲୁଛି । ତେଣୁ ପ୍ରଶାସନ ଓ ସରକାର ଏହି ଅଞ୍ଚଳ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ