କଳ୍ପନା ଜଳ୍ପନାର ଅନ୍ତ: ଶଙ୍ଖ ଧରିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

କଳ୍ପନା ଜଳ୍ପନାର ଅନ୍ତ: ଶଙ୍ଖ ଧରିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

କଳ୍ପନା ଜଳ୍ପନାର ଅନ୍ତ: ଶଙ୍ଖ ଧରିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ


#ଭୁବନେଶ୍ୱର/ କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଶଙ୍ଖ ଧରିଛନ୍ତି । ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି ; ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି । କିଛିଦିନ ହେବ ଅରବିନ୍ଦ ବିଜେଡିରେ ଯୋଗ ଦେବେ ବୋଲି କଳ୍ପନା ଜଳ୍ପନା ଚାଲିଥିଲା । ଆଜି ଏହି ଚର୍ଚ୍ଚାର ଅନ୍ତ ଘଟିଛି । ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ଇଞ୍ଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାର ଓଡ଼ିଶା ଶାଖାରେ କାମ କରୁଥିଲେ । ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଏକାଧିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏଣୁ ପାଟକୁରାରୁ ଅରବିନ୍ଦ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହୋଇଥିଲା । ତାଙ୍କ ସମର୍ଥକଙ୍କ ମତରେ ଅରବିନ୍ଦଙ୍କୁ ପାଟକୁରା ବାସୀ ଚାହୁଁଛନ୍ତି । ଯଦି ଅରବିନ୍ଦ ପାଟକୁରାରେ ନିର୍ବାଚନ ଲଢ଼ନ୍ତି, ତାହାହେଲେ ସେ ଲକ୍ଷାଧିକ ଭୋଟରେ ବିଜୟ ହେବେ । ଅରବିନ୍ଦ ମହାପାତ୍ର କହିଲେ ପାରକୁରାକୁ ବୁଝାଏ । ଅନ୍ୟପକ୍ଷରେ ଅରବିନ୍ଦଙ୍କ ବାପା ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ କେନ୍ଦ୍ରାପଡ଼ାର ଜଣାଶୁଣା ଚେହେରା । ବିଜେଡି ଗଠନ ବେଳେ ବିଜୟ ମହାପାତ୍ରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ହେଲେ ବିଜେଡି ସହ ସମ୍ପର୍କ ତିକ୍ତ ହେବା ପରେ ବିଜେପିରେ ମିଶିଥିଲେ ବିଜୟ । ହେଲେ ଏବେ ବିଜୟଙ୍କ ବିଜେପିର କୌଣସି ଦଳୀୟ କାର୍ଯକ୍ରମରେ ଦେଖିବାକୁ ମିଳୁନାହିଁ । ଆଜି ତାଙ୍କ ପୁଅ ବିଜେଡିରେ ମିଶିଛନ୍ତି । ଏଥିସହିତ କିଛି ଦିନ ତଳେ ନଳିନୀ ମହାନ୍ତିଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ମିଶିଥିଲେ । କେନ୍ଦ୍ରାପଡ଼ାରେ ଦୁଇ ଜଣ ବରିଷ୍ଠ ନେତାଙ୍କ ପୁଅ ବିଜେଡିରେ ମିଶିବା ପରେ ସେ ଅଞ୍ଚଳର ରାଜନୀତି ତେଜିଛି । ସୂଚନା ଯୋଗ୍ୟ ଯେ, ବିଜୟ ମହାମାତ୍ର ଓ ନଳିନୀ ମହାନ୍ତି ବିଜେଡି ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ମାତ୍ର ପରବର୍ତ୍ତୀ ସମୟରେ ଦଳ ତାଙ୍କୁ କୋଣଠେସା କରିବା ଯୋଗୁଁ ଉଭୟେ ଦଳରୁ ମୁହଁ ଫେରାଇ ନେଇଥିବାବେଳେ ଏବେ ସେମାନଙ୍କ ପୁଅ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଯଦି ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସଫଳ ହୁଏ ତେବେ ସାମିଲ ହୋଇଥିବା ନେତାମାନଙ୍କ ସ୍ଥିତି କ’ଣ ରହିବ ତାହା ଦେଖିବା ପାଇଁ ରାଜନୈତିଜ୍ଞମାନେ ଅପେକ୍ଷା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ