କରୋନା ଯୋଗୁଁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା

କରୋନା ଯୋଗୁଁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା

କରୋନା ଯୋଗୁଁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା


ନୂଆଦିଲ୍ଲୀ (ଏଜେନ୍ସି): କରୋନା ପାଇଁ ଅନାଥ ହୋଇଥିବା ଛୋଟ ଛୁଆଙ୍କ ନିମନ୍ତେ କେନ୍ଦ୍ରର ମୋଦି ସରକାର ସ୍ୱାସ୍ଥ୍ୟ ବୀମା କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ୧୮ ବର୍ଷ ପର୍ଯ୍ୟନ୍ତ ଏହି ପିଲାଙ୍କୁ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯିବ । ଏଥିସହ ଏହି ଛୁଆଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି କହିଛନ୍ତି ଅନୁରାଗ ଠାକୁର ।
ସୂଚନାଯୋଗ୍ୟ, କରୋନାରୁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ । ଚଳିତ ବର୍ଷ ମେ ମାସ ୨୯ ତାରିଖରେ ସେ ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା କରୋନା ପାଇଁ ଯେଉଁ ଛୋଟ ଛୁଆ ବାପା, ମା’ କିମ୍ୱା ମୁରବି ହରାଇଥିବେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସୁରକ୍ଷା ଯୋଗାଇ ଦେବେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ