କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ
କଟକ (ଏନ୍.ଏମ୍.): କରୋନା ନେଇଗଲା ଆଉଜଣେ ପ୍ରତିଭାଙ୍କୁ । ଚଳିତ ବର୍ଷ କରୋନା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଆମ ପାଖରୁ ଛଡ଼ାଇ ନେଇଥିବାବେଳେ ଆଜି ଓଡ଼ିଆ ସଙ୍ଗୀତ ଜଗତକୁ ଆଉ ଏକ ଝଟକା ଲାଗିଛି । ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି । ସେ କଟକ କଟକ ବଡମେଡ଼ିକାଲ (ଏସସିବି)ର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ତାଙ୍କ ପରଲୋକ ଓଡ଼ିଆ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଚଳଚ୍ଚିତ୍ର, ସଂଗୀତ, ଆଲବମ ତଥା ଶ୍ରୋତାଙ୍କ ମଲରେ ମତପ୍ରକାଶ ପାଇଛି ।
ଗତ ମେ ମାସ ୨୨ ତାରିଖରେ ଶାନ୍ତିରାଜଙ୍କର କରୋନା ପଜିଟିଭଥିବା ଚିହ୍ନଟ ହୋଇଥିଲେ । ଏହା ପରେ ସେ ହୋମ୍ଆଇସୋଲେସନରେ ଥିଲେ । ତେବେ ଆଜି ସକାଳେ ହଠାତ୍ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ କଟକ ବଡ଼ମେଡ଼ିକାଲର କୋଭିଡ୍ ହସ୍ପିଟାଲର ଆଉଟଡୋରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । କିଛି ଦିନ ତଳେ ତାଙ୍କ ପତ୍ନୀ ଓ ଝିଅ କରୋନାରେ ଆକ୍ରାନ୍ତ ହୋଇ ନିକଟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶାନ୍ତିରାଜ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ ।
ଶାନ୍ତରାଜଙ୍କ ନିଜ ଘର କୋରାପୁଟ ଜିଲ୍ଲା ଜୟପୁରରେ ଅଞ୍ଚଳରେ । ହେଲେ ସେ ଦୀର୍ଘ ୨୫ ବର୍ଷ ଧରି କଟକରେ ରହି ସଙ୍ଗୀତ ସାଧନା ବ୍ରତୀଥିଲେ । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଓ ଭଜନରେ ସଙ୍ଗୀତ ନିଦେ୍ର୍ଦଶନା ଦେଇ ସଂଗୀତ ଜଗତର ଏକ ମାଇଲଖୁଣ୍ଟ ପାଲଟି ଯାଇଥିଲେ । ସେ ଜଣେ ସୁନାମଧନ୍ୟ ଗାୟକ, ସଙ୍ଗୀତ ନିଦେ୍ର୍ଦଶକ ଓ ଆରେଞ୍ଜର ଭାବେ ବେଶ ଜଣାଶୁଣା ଥିଲେ । ଜଣେ ଉତ୍ତମ ଗିତାର ବାଦକ, ମାଣ୍ଡୋଲିନ୍ ବାଦକଭାବେ ମଧ୍ୟ ପରିଚିତ ଥିଲେ । ସେ ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ନିଜସ୍ୱ ଏକ ଛାପ ଛାଡ଼ିଯାଇଛନ୍ତି । ସେ ‘ ତୋ’ ବିନା ମୋ କାହାଣୀ ଅଧା’, ‘ଧନରେ ରଖିବୁ ଶପଥ ମୋର, ରଙ୍ଗ ନମ୍ବର, ‘ମୁଁ ସପନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ, କାଳୀଶଙ୍କର, ତୋର ମୋର ଯୋଡ଼ି ସୁନ୍ଦର, ଏସିପି ରଣବୀର, ଡନ୍, କେଉଁ ଦୁନିଆରୁ ଆସିଲ ବନ୍ଧୁ, ଆଦି ସମେତ କେତେକ ଓଡ଼ିଆ ସିନେମାରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିଲେ । ସେ ‘ଅଲାର’ ଶୀର୍ଷକ ଏକ ସମ୍ବଲପୁରୀ ସିନେମାରେ ବି ସ୍ୱର ସଂଯୋଜନା କରିଥିଲେ । ତାଙ୍କ ସ୍ୱରାରୋପିତ ଜାଇଫୁଲରେ…, ‘ଡେଉଁଛି ମୋ’ ବାଆଁ ଆଖି… ଭଳି ଆଲବମ୍ ଗୀତ ଏବଂ ହେ ବନ୍ଧୁ ବିଦାୟ… ଭଳି ବହୁ ଭଜନ ଶ୍ରୋତାଙ୍କୁ ପାଖରେ ଶାନ୍ତିରାଜଙ୍କୁ ଚିରଦିନ ଅମର ରଖିବ । ସେହିଭଳି ସେହିଭଳି ‘ଜାଇଫୁଲ’, ‘ବାଇଚଢ଼େଇ’ ଓ ‘ଏମିତି ରଙ୍ଗ ଦେ ଲୋ ଫୁଲ’ ଭଳି ଅନେକ ସୁପରହିଟ୍ ଆଲବମରେ ସେ ମ୍ୟୁଜିକ୍ ଆରେଞ୍ଜର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପରଲୋକରେ ଓଡ଼ିଶା ସଂଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତୁ୍ୟ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରି ଟୁଇଟରେ କହିଛନ୍ତି ଯେ, ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ହେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ପାଇଁ ସେ ସ୍ମରଣୀୟ ରହିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ, ଓଡିଆ ସିନେ ଜଗତର ପ୍ରତିଷ୍ଠିତ ସଙ୍ଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ବିୟୋଗ ଖବର ଶୁଣି ମୁଁ ଖୁବ ଦୁଃଖିତ ଓ ମର୍ମାହତ । ତାଙ୍କ ସହିତ ଏକତ୍ର ରହୁଥିବା ସଙ୍ଗୀତ ନିଦେ୍ର୍ଦଶକ ଅଭିଜିତ ମଜୁମଦାର ଓ ଗୀତିକାର ଡ଼କ୍ଟର ନିର୍ମଳ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଶାନ୍ତିରାଜଙ୍କ ମଧ୍ୟରେ ସଙ୍ଗୀତର ବିବିଧତା ଭରି ରହିଥିଲା । ସେ ମିନିକିରି କରିବାରେ ମଧ୍ୟ ପାରଦର୍ଶିତା ହାସଲ କରିଥିଲେ । ସହକର୍ମୀମାନଙ୍କ ସବୁ ସମୟରେ ସେ ହସାଉଥିଲେ ଓ ତାଙ୍କ ସହ ହସଖୁସିରେ ରହୁଥିଲେ । ତାଙ୍କର ବିୟୋଗ ଓଡ଼ିଆ ସଂଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।