କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ

କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ

କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲମ୍ବଡିଆଁ ମାରୁଥିବାବେଳେ କଟକ ମଧ୍ୟ ପଛରେ ରହିନାହିଁ । ପ୍ରତିଦିନ ସହରରୁ ଶତାଧିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ସିଏମସି କର୍ତ୍ତୃପକ୍ଷ ବାଧ୍ୟ ହୋଇ କଟକଣାକୁ କଡ଼ାକଡ଼ି କରିବା ସହ ଏକାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଚାଲିଛି । ତେବେ ଆଜି କଟକ ସହରରେ ୬୦୧ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୮ ଜଣ ଆଇସୋଲେସନ ୱାର୍ଡ଼ରୁ ଚିହ୍ନଟ ହୋଇଥିବା ବେଳେ ୨୪୭ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସେହିପରି ୨୬୬ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଢ଼ିଚାଲିଥିବା ସଂକ୍ରମଣ ନେଇ ଭୟଭୀତ ନହେବାକୁ ଏସସିବି ଅଧ୍ୟକ୍ଷ ପ୍ରଫେସର ଦତ୍ତେଶ୍ୱର ହୋତା ଓ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଲୁସି ଦାସ ପରାମର୍ଶ ଦେଇଛନ୍ତି ।
କରୋନା ଓ ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣର ମୁକାବିଲା ପାଇଁ ଏସସିବିରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏସସିବିରେ ବର୍ତ୍ତମାନ ୧୪୦ଟି ଆଇସିୟୁ ସମେତ ୬୦୦ ଶଯ୍ୟା ଓ ମେଡ଼ିସିନ ମହଜୁଦ ରହିଛି । ଏଥିସହ ୪ଟି ଓପିଡ଼ି ଏବେ ସ୍ୱାଭାବିକ ଭାବେ କାମ କରୁଛି । ଏପରିକି ରୋଗୀ ସେବା ସଠିକ ଢ଼ଙ୍ଗରେ ଚାଲିଥିବାବେଳେ ଡ଼ାଏଲିସିସ୍ ବି କରାଯାଉଛି । ପ୍ରତ୍ୟେକ ଦିନ ୧୦୦ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଏସସିବିକୁ ଆସୁଥିବାବେଳେ ଇକମୋ ଚିକିତ୍ସାରେ କୌଣସି ନଥିବା ଡାକ୍ତର ହୋତା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଚିକିତ୍ସା କ୍ଷେତ୍ରରେ ଅତି ଜରୁରୀ ନଥିଲେ ରୋଗୀମାନଙ୍କ ହସ୍ପିଟାଲ ନଆସିବାକୁ ପରାମର୍ଶ ଦିଆଯାଇଛି । ତେବେ ଜରୁରୀ ଥିଲେ ଟେଲି ମେଡ଼ିସିନ ଜରିଆରେ ପରାମର୍ଶ ନେବାକୁ ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାନୁଯାୟୀ, ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଅତି ଜରୁରୀ ନଥିଲେ ଆଡ଼ମିସନକୁ ଅଗ୍ରାହ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଓପିଡ଼ି ଓ ଆଇପିଡ଼ି ମଧ୍ୟକୁ ଗଣମାଧ୍ୟମ ପ୍ରବେଶକୁ ବାରଣ କରାଯାଇଛି । ସେହିପରି ଇନଡ଼ୋରରେ କେବଳ ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ ବୋଲି କୁହାଯାଇଛି । ଏହି ଗାଇଡ଼ଲାଇନ ଅନୁଯାୟୀ ଏସସିବିରେ ସମସ୍ତ ବ୍ୟବସ୍ଥା ସକ୍ରୀୟ ରହିଥିବା ପ୍ରଫେସର ଦାସ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ