କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା


#କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କଟକ ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ଆଇନଜୀବୀ ମହମ୍ମଦ କମରୂଲ୍ ହୁସେନ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ କିଶୋର କୁମାର ମହାନ୍ତି, ସଂଗଠନ ସମ୍ପାଦକ ସଞ୍ଜୟ ପରିଜା, କୋଷାଧ୍ୟକ୍ଷ ବିହଙ୍ଗ ରାଜ ବିଶ୍ୱାଳ, ଆଇନଜୀବୀ ସୁଜାତା ପଟ୍ଟନାୟକ, ଆଇନଜୀବୀ ତାପସ ଦ୍ୱିବେଦୀ, ସମାଜସେବୀ ମଞ୍ଜୁଲତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ତଥା ଉତ୍କଳ ପ୍ରଦେଶର ସଂଗଠକ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ବିଷୟରେ ଆଲୋଚନା ହୋଇଥିଲା । ହେଲେ ଆଜି ମଧୁବାବୁ ଅବହେଳିତ ଓ କୋଣଠେସା ହୋଇ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟବସତ । ତେଣୁ ଅନ୍ୟାନ୍ୟ ବରପୁତ୍ରମାନଙ୍କ ଭଳି ମଧୁବାବୁଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ଦାବି ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ