କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ
କଟକ(ଏନ୍.ଏମ୍.): କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ରୋଗୀଙ୍କ ପାଇଁ ଜିଲ୍ଲାରେ ଏକ୍ସରେ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ବା ଘେର ରହୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରଖିବାପାଇଁ ଏକ୍ସ-ରେ ଅନ ହ୍ୱିଲସ ନାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଭିନବ ପ୍ରୟାସ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଭବନରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ଏହି ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ପ୍ରଦାନ କରି କହିଲେ ଯେ, କୋଭିଡ୍ ରୋଗୀମାନଙ୍କର ଶରୀରରେ ଫୁସ୍ଫୁସ୍ ଆକ୍ରାନ୍ତ ହେବା ଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥାର ହଠତ୍ ଅବନତି ଘଟିଥାଏ, ଏବଂ ଜରୁରୀ କାଳୀନ ଭିତିରେ ରୋଗୀକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡେ, ସେଥିପାଇଁ ବତ୍ତର୍ମାନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ୍ସ-ରେ ଅନ ହ୍ୱିଲସକୁ କଟକ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଏବଂ ହୋମ ଆଇସୋଲସନେର ଥିବା ରୋଗୀମାନଙ୍କ ପାଖକୁ ପଠାଇ ପ୍ରତେକ ଦିନ ୧୦୦୦ ଜଣଙ୍କର ଫୁସ୍ଫୁସ୍କୁ ପରୀକ୍ଷା କରାଯାଇ ପାରିବ ଯାହାଦ୍ୱାରା ଫୁସ୍ଫୁସ୍ ସଂକ୍ରମଣ ହେବାର ସମ୍ଭାବନା ଥିଲେ ତୁରନ୍ତ ରୋଗୀକୁ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇପାରିବ । ଏହି ଶୁଭାରମ୍ଭ ସମୟରେ ସିଏମସି କମିଶନର ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ରହି ଏହି ଏକ୍ସ-ରେ ଅନ ହ୍ୱିଲ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଏହା ଦ୍ୱାରା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବା ପୂବର୍ରୁ ସେମାନେ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ ଏବଂ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହୋଇପାରିବେ । ଏହି ଅବସରରେ କୋଭିଡ ରୋଗୀଙ୍କ ସଚେତନତା ଅବଲମ୍ବନ ନିମନ୍ତେ ପଦକ୍ଷେପ ସ୍ୱରୂପ ଜିଲ୍ଲାପାଳ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସୂଚନା ପୁସ୍ତିକା ଏବଂ ଟିକାକରଣ କାର୍ଡ ମଧ୍ୟ ଉନ୍ମାଚନ କରିଥିଲେ । ଘରେ ରହି ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀମାନଙ୍କୁ ସେଚତନ କରାଇବା ପାଇଁ ଏହି ପୁସ୍ତିକା ଆଶା ଓ ସ୍ୱାସ୍ଥ୍ୟକମୀର୍ମାନଙ୍କ ଦ୍ୱାରା ବଣ୍ଟନ କରାଯିବ ଏବଂ ଟିକାକରଣ କାର୍ଡ ମଧ୍ୟ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମେର ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମର କର, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଡାକ୍ତର ଉମେଶ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ, ଡିପିଏଚସିଓ ମନ୍ଦାକିନୀ େବେହରା, ସହକାରୀ ଜିଲ୍ଲାପାଳ ଅଳକାରାଣୀ ଦେବତା, ଏଡିପିଏଚସିଓ ତ୍ରିଲୋଚନ ଭୂୟାଁ, ଡିପିଏମ୍ ଦୀପକ ସାହୁ, ଡ୍ୟାମ୍ ନୀଳମାଧବ ରଥ, ଆଟିଷ୍ଟ ଲୀନା ବେଉରା ଓ ସ୍ୱାସ୍ଥ୍ୟ ବିଭାଗ ଅନ୍ୟାନ୍ୟ କମର୍ଚାରୀମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବିଶ୍ୱ ତମାଖୁ ବଜର୍ନ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ଦ୍ୱାରା ସେଠାରେ ଏକ ପୋଷ୍ଟର ଉନ୍ମୋଚନ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଚଳିତ ବର୍ଷର ‘କମିଟି ଟୁ କ୍ୱାଇଟ’ବାର୍ତ୍ତା ରହିଛି ।