କଟକ କମିଶନରେଟ ପୁଲିସର ସଫଳତା:୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ

କଟକ କମିଶନରେଟ ପୁଲିସର ସଫଳତା:୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ

କଟକ କମିଶନରେଟ ପୁଲିସର ସଫଳତା:୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ


#କଟକ(ଏନ୍‌.ଏମ୍‌.): କଟକ କମିଶନରେଟ ଆଜି ପୁଲିସ ହାତରେ ଦୁଇ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । କଳାବଜାରରେ ଏହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପଶ୍ଚିମବଙ୍ଗର ମୁର୍ସିଦାବାଦର ସାଗରଡିହି ଥାନା ଅନ୍ତର୍ଗ ଈଶ୍ୱର ମାହାରା (୩୧) ଓ ବୁଧୁ ରାୟ(୩୦) । ସେମାନଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା ସହିତ ଗୋଟିଏ ଡବ୍ଲ୍ୟୁବି-୫୮-ବିଡି-୨୭୯୦ ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଦ୍ୱୟ ମୁର୍ସିଦାବାଦରୁ ବ୍ରାଉନ୍ ସୁଗର ଆଣି ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ବାଟରେ ସେମାନେ ଭଦ୍ରକରେ କିଛି ବ୍ରାଉନ ସୁଗର ବିକ୍ରି କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ କଟକର କାଳିଆ ବୋଦା ନିକଟରେ ଛକି ରହିଥିଲେ । ସେଠାରେ ବ୍ଳକିଂ ଓ ଚେକିଂ ଚାଲିଥିଲାବେଳେ ଏହି ଅଭିଯୁକ୍ତମାନେ ଧରାପଡ଼ିଥିଲେ । ସେମାନଙ୍କ ଠାରୁ ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ କରାଯାଇଥିଲ । ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ ସୂଚନାନୁଯାୟୀ ଅଭିଯୁକ୍ତ ଦ୍ୱୟ ମୁର୍ସିଦାବାଦରୁ ଯେଉଁ ବ୍ରାଉନ୍ ସୁଗର ଆଣିଥିଲେ, ସେଥିରୁ ବାଟରେ କିଛି ବିକ୍ରି କରି ୨ଲକ୍ଷ ଟଙ୍କା ରଖିଥିଲେ । ସେହି ଅର୍ଥକୁ ଜବତ କରାଯାଇଥିବାବେଳେ ଏହି ଘଟଣାର ତଦନ୍ତ ଚାଲିଛି । ଆବଶ୍ୟକ ହେଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ପୁଣି ଜେରା କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ