କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ମହାମାରୀରେ ରିଲିଫ ବଣ୍ଟନ
କଟକ(ଏନ୍.ଏମ୍.): କଟକର ସିଟି କଲେଜ ,ରାଜା ବଗିଚା ଠାରେ କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ଅଟୋଚାଳକ ମାନଙ୍କୁ ମହାମାରୀରେ ରିଲିଫ ବିତରଣ କରାଯାଇଛି । ରାଜ୍ୟସଭା ସାଂସଦ ଓ ଓଡିଶା ଅଟୋଚାଳକ ମହାସଂଘର ସଭାପତି ସୁବାସ ସିଂହ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ଓଡିଶା ମୋପରିବାର କଟକ ଜିଲ୍ଲ୍ା ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, କଟକ ଅଟୋ ଚାଳକ ମହାସଂଘ ର ସାଧାରଣ ସଂପାଦକ ଆଡ୍ଭୋକେଟ୍ ଶୈଳେନ୍ଦ୍ର ଧଳ, ଯୁଗ୍ମ ସମ୍ପାଦକ ଦେବେନ୍ଦ୍ର ପାଣିଗ୍ରାହ ପ୍ରମୁଖ ଯୋଗଦେଇ ୩୫୦ଜଣ ଅଟୋ ଚାଳକ ପରିବାରକୁ ଖାଦ୍ୟପଦାର୍ଥ ଥିବା ଏକ କିଟ୍ ପ୍ରଦାନ କରାଯାଇଥିଲା ।
ଭାରତ ମସଲାର ମାଲିକ ସୁଶାନ୍ତ ପଣ୍ଡା ଏହି ରିଲିଫ ପ୍ରଦାନ କ୍ଷେତ୍ରରେ ମୁଖ୍ୟ ପୃଷ୍ଠପୋଷକ ଥିଲେ । କରୋନା ମହାମାରୀ ଦ୍ୱିତୀୟ ଲହରରେ ଅଟୋ ଚାଳକମାନେ ଲକଡାଉନ୍ ଓ ସଟ୍ଡାଉନ୍ ରେ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛନ୍ତି । ସେମାନଙ୍କ ପାଇଁ ଖାଦ୍ୟସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର କିଛି ସହାୟତା ଯୋଗାଇ ଦେବାକୁ ଦାବୀ କରିଆସୁଛନ୍ତି ।
ରାଜାବଗିଚା ସିଟି କଲେଜର ଅଧ୍ୟକ୍ଷ ଦେବାଶିଷ ଜେନା ଓ ସେ ଅଞ୍ଚଳର ମୁରବୀ ପ୍ରଫୁଲ୍ଲ ମହାପାତ୍ର, ବିଶ୍ୱଜିତ ଘଡେଇ, ରମାକାନ୍ତ ବେହେରା, ଜନସନ ମହାପାତ୍ର, ଜଗନ୍ନାଥ ସ୍ୱାଇଁ, କାଳିଚରଣ ପାଣିଗ୍ରାହି, ବିକ୍ରମ ଛାଟୋଇ, ଜଗତଜୋତି ପଟ୍ଟନାୟକ ପ୍ରମୁଖ ଏହି ରିଲିଫ ବଣ୍ଟନ କାର୍ଯ୍ୟରେ ସହାୟତା କରିଥିଲେ ।