କଟକରେ ପରକିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

କଟକରେ ପରକିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

କଟକରେ ପରକିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ


କଟକ(ଏନ୍‌.ଏମ୍‌.): ସ୍ଥାନୀୟ କଲେଜ ଛକରେ ଏକ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାଁ ସନାତନ ଦାସ (୪୦) ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ । ସେହିଭଳି ଆହତ ହୋଇଥିବା ମହିଳାଙ୍କ ନାଁ ମାଳତୀ ବିଶ୍ୱାଳ (୩୦) ବୋଲି ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଳତୀ ବି ଏଠାରେ ମୂଲ ଲାଗନ୍ତି । ଉଭୟ କଲେଜ ଛକ ନିକଟରେ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ମାଳତୀଙ୍କ ସ୍ୱାମୀ ରମେଶ ବିଶ୍ୱାଳ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି ।
କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ସନାତନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ତାଙ୍କର । ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ପୁଲିସ୍ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆହତ ମହିଳାଙ୍କ କହିବା ଅନୁଯାୟୀ, ସ୍ୱାମୀ ରମେଶ ସହିତ ଝଗଡ଼ା ହେବାରୁ ୭-୮ ହେବ ସେ ଘର ଛାଡ଼ି ଏଠାକୁ ଚାଲି ଆସିଥିଲେ । ମୃତ ସନାତନ ସହିତ ତାଙ୍କର ପରିଚୟ ଥିଲା । ତାଙ୍କ ସାଙ୍ଗରେ ସେ ରହୁଥିଲେ । ଡିସିପିଙ୍କ କହିବା ଅନୁଯାୟୀ, ଉକ୍ତ ମହିଳାଙ୍କୁ ସନାତନଙ୍କ ସହିତ ଦେଖିବା ପରେ ତାଙ୍କ ସ୍ୱାମୀ ରମେଶ ଉଭୟଙ୍କୁ ଆକ୍ରମଣ କରିଥିଲା । ଏଥିରେ ସନାତନଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରିବା ସହିତ ଅଭିଯକ୍ତ ରମେଶକୁ ଗିରଫ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ