କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି

File Photo

#କଟକ(ଏନ୍‌.ଏମ୍‌.): କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା, ବୋଇତବନ୍ଦାଣ ଓ ବିଭିନ୍ନ ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ କଟକଣା ଲାଗିଛି । ସାମୁହିକ ଭାବେ ବୁଡ଼ପକାଇବା ଡଙ୍ଗା ଭସାଇବା ଉପରେ ମଧ୍ୟ କଟକଣା ରହିଛି । ଏପରିକି ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇ ପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ ଜାରି କରିଛନ୍ତି । ତେବେ ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି ଯେ, ଚଳିତ ମାସ ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଛି । ତେବେ ତା’ ପୂର୍ବରୁ କଟକରେ କଟକଣା ଜାରି ହୋଇଛି । ସହରରେ ପ୍ରତ୍ୟେକ ପୂଜାପାର୍ବଣ ଭଳି ଏଥର କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ପାଳନ କରାଯିବ । ଡିସିପିଙ୍କ ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର ପ୍ରବଳ ସମାଗମ ହୋଇଥାଏ । ତେଣୁ ଲୋକଙ୍କ ସୁରକ୍ଷା ଓ କୋଭିଡ୍ ବ୍ୟାପିବା ଆଶଙ୍କାରେ କେହି ଜଳାଶୟକୁ ଯାଇ ଡଙ୍ଗା ଭସାଇ ପାରିବେ ନାହିଁ । ଏହାସହ ବୁଡ଼ ପକାଇ ପାରିବେ ନାହିଁ । ଏନେଇ ଏସଆରସିଙ୍କ ପାଖରୁ ଗାଇଡଲାଇନ୍ ଆସିଛି । ଯେପରି ସର୍ବସାଧାରଣ ସ୍ଥାନରେ ଭିଡ଼ ନ ହେବ, ସେଥିପତି ପୁଲିସ ପ୍ରଶାସନ ନଜର ରଖିବ । ସେହିଭଳି କଟକ ଜିଲ୍ଲାର ଧବଳେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲାଗୁ ହେବା ସହ ୧୪୪ଧାରା ଜାରି ହୋଇଛି । କାର୍ତ୍ତିକ ପୂର୍ଣ୍ଣିମା, ବୋଇତବନ୍ଦାଣ ଓ ବଡ଼ ଓଷା ଅବସରରେ ଏକାଧିକ ଜନସମାଗମକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ