ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍‌‌ଲାଇନ୍ ଆବେଦନ

ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍‌‌ଲାଇନ୍ ଆବେଦନ

ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍‌‌ଲାଇନ୍ ଆବେଦନ

#କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦବୀରେ ନିଯୁକ୍ତି ପାଇଁ ଅନ୍‌‌ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୭ ରହିଛି । ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ୧୭ ତାରିଖ ରାତି ୧୧ଟା ୫୯ମିନିଟ୍ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ରେ ଆବେଦନ କରିପାରିବେ ।
ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଦରମା
୨୩ଟି ଅନୁବାଦକ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ବୟସ ୨୦୨୪ ଫେବ୍ରୁଆରୀ ୨୯ ତାରିଖ ସୁଦ୍ଧା ୨୧ରୁ ଅଧିକ ହୋଇଥିବା ଆବଶ୍ୟକ ତଥା ୩୨ରୁ କମ୍ ହୋଇଥିବା ଉଚିତ୍ । ଏସ୍‌‌ସି, ଏସ୍‌‌ଟି, ଏସ୍‌‌ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି । ପ୍ରାର୍ଥୀମାନେ ଇଂରାଜୀ ବା ଓଡ଼ିଆ ଅନର୍ସ ରଖି ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ବା ସେହିଭଳି ଅନ୍ୟ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଥିବେ । ତା’ ସହିତ ସେମାନଙ୍କର କମ୍ପ୍ୟୁଟର ଆପ୍ଲିକେସନ୍‌‌ରେ ଆବଶ୍ୟକ ଜ୍ଞାନ ଥିବ । ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ରହିଛି ।
କେଉଁ ବର୍ଗ ପାଇଁ କେତେ ପଦବୀ?
୨୩ଟି ଅନୁବାଦକ ପଦବୀ ମଧ୍ୟରୁ ୮ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ୧୨ଟି ପଦବୀ ଅସଂରକ୍ଷିତ ବର୍ଗଙ୍କ ପାଇଁ ରହିଥିବା ବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ରହିଛି । ଏସ୍‌‌ଇବିସିଙ୍କ ପାଇଁ ୩ଟି ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଏସ୍‌‌ଟି ବର୍ଗ ପାଇଁ ୫ଟି ପଦ ସଂରକ୍ଷିତ ଥିବା ବେଳେ ସେଥିରୁ ୨ଟି ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଏସ୍‌‌ସି ବର୍ଗ ପାଇଁ ୩ଟି ପଦ ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ସେହି ବର୍ଗର ମହାଳାଙ୍କ ପାଇଁ ରହିଛି । ଯେଉଁ ବର୍ଗରେ ଯୋଗ୍ୟ/ଉପଯୁକ୍ତ ମହିଳା ପ୍ରାର୍ଥୀ ମିଳିବେ ନାହିଁ, ସେଥିରେ ସେହି ବର୍ଗର ଯୋଗ୍ୟ/ଉପଯୁକ୍ତ ପୁରୁଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଏହି ୨୩ଟି ପଦବୀରୁ ଗୋଟିଏ ଲେଖାଏଁ ଦିବ୍ୟାଙ୍ଗ ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସଂରକ୍ଷିତ ରହିଛି ।
କେମିତି ହେବ ଚୟନ?
ଏହି ୨୩ଟି ପଦବୀରେ ନିଯୁକ୍ତି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ପ୍ରଥମେ ପ୍ରିଲିମନାରୀ ପରୀକ୍ଷା ବା ଟେଷ୍ଟ ହେବ । ତା’ପରେ ମୁଖ୍ୟ ଲିଖିତ ପରୀକ୍ଷା ହେବ । ତା’ ପରେ କମ୍ପ୍ୟୁଟର ଟେଷ୍ଟ ଓ ମୌଖିକ ପରୀକ୍ଷା ହେବ । ଅଧିକ ସୂଚନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ୱେବସାଇଟ୍‌‌ www.orissahighcourt.nic.in. କୁ ଯାଆନ୍ତୁ ।

 

Slider ରାଜ୍ୟ ଶିକ୍ଷା ଓ ନିଯୁକ୍ତି