ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା

ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା

ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା


#ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଜେପି-ବିଜେଡି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଗୋଟିଏ ପଟେ ବିଜେପି-ବିଜେଡି ମଧ୍ୟରେ ପୂର୍ବଭଳି କାଦୁଅ ଫିଙ୍ଗା ହେଉନଥିବାବେଳେ ସ୍ପଷ୍ଟ ହେଉନି ମେଣ୍ଟ ନିଷ୍ପତ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାଗସ୍ତରେ ଆସି ଥିବାବେଳେ କର୍ମୀମାନେ ଭାବିଥିଲେ ଏଥର ବିଜେଡି ସରକାର ବିରୋଧରେ ବର୍ଷିବା ସହିତ କର୍ମୀମାନଙ୍କୁ ନିର୍ବାଚନନେଇ ଉତ୍ସାହିତ କରିବେ । ମାତ୍ର ସେଭଳି କିଛି ହୋଇନଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନାମ ଗାନ କରିବା ସହ ବିଜେପି ଲୋକସଭାରେ ୪୦୦ରୁ ଉର୍ଦ୍ଧ୍ୱ ଆସନ ଆଣିବା ଉପରେ ଫୋକସ କରିଥିଲେ । ତେଣୁ ଏହାକୁ ତର୍ଜମା କଲେ ପ୍ରଧାନମନ୍ତ୍ରୀ ବୋଧହୁଏ ଲୋକସଭା ଆସନକୁ ଗୁରୁତ୍ୱ ଦେଇ କେନ୍ଦ୍ରସରକାର ବିଜେପି ହାତରେ ରଖିବା ପାଇଁ ଯୋଜନା କରିଥିବା ଜଣାପଡ଼ିଥିଲା । ତେବେ ରାଜ୍ୟରେ ମେଣ୍ଟ ହେବ କି ନାଁ ସେ ନେଇ ପ୍ରଧାନମନ୍ତ୍ରୀ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ କିଛି କହିନଥିଲେ । ତେବେ ପରବର୍ତ୍ତୀ ସମୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗୋଟିଏ ଦିନରେ ବିଜେଡି ନିଜ ନେତାମାନଙ୍କୁ ଡାକି ବୈଠକରେ ଆଲୋଚନା କରିଥିବାବେଳେ ସେପଟେ ବିଜେପି ମଧ୍ୟ ନିଜ ନେତାମାନଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ କି ନିଷ୍କର୍ଷ ବାହାରିଲା ତାହା ଏଯାବତ ସ୍ପଷ୍ଟ ହେଲା ନାହିଁ । ମାତ୍ର ପ୍ରଥମରୁ ଆଜି ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ମନମୋହନ ସିଂହ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲି ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ମେଣ୍ଟକୁ ନେଇ ଅସ୍ୱୀକାର କରି ଆସୁଛନ୍ତି । ମାତ୍ର ଏହି ପରିପ୍ରେକ୍ଷୀରେ ବିଜେଡି ଦଳ କିମ୍ବା ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିବା ନିର୍ବାଚନ ସମୀକ୍ଷକମାନଙ୍କ ମୁଣ୍ଡବିନ୍ଧାକୁ ବଢ଼ାଇ ଦେଇଛନ୍ତି । ପୁନଶ୍ଚ ଦେଖିବାକୁ ଗଲେ ନବୀନ ପଟ୍ଟନାୟକଙ୍କ ନିରବତା ପରବର୍ତ୍ତୀ ସମୟରେ ଏମିତି ଏକ ସିଦ୍ଧାନ୍ତ ନେଇଥାଏ ଯାହାକୁ ଦେଇ ରାଜ୍ୟ ହଲଚଲ ହୋଇ ଉଠେ । ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିରବତା ସେଭିଳି କିଛି କରିବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି । ତେବେ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ବିଜେଡିର ତୁଙ୍ଗ ନେତାମାନେ ସ୍ପଷ୍ଟ କରିଥିଲେ ମଧ୍ୟ ମେଣ୍ଟ ସପକ୍ଷ ବା ବିପକ୍ଷ ନେଇ ମୁହଁ ଖୋଲି ନାହାନ୍ତି । ଗତକାଲି ବିଜେପିର ରାଜ୍ୟ ନେତୃତ୍ୱ ଦିଲ୍ଲୀ ଯାଇଛନ୍ତି ଏବଂ ଆସନ୍ତାକାଲି ଅମିତ ଶାହଙ୍କ ଓଡ଼ିଶା ଆସିବାର ଅଛି । ତେଣୁ ଆଜି ରାତି କିମ୍ବା ଆସନ୍ତା କାଲି ମେଣ୍ଟକୁ ନେଇ ସ୍ପଷ୍ଟଚିତ୍ର ଆସିବ ବୋଲି ଅନୁମାନ କରାଯାଉଛି । ତେବେ ମେଣ୍ଟକୁ ନେଇ ଏହା କେବଳ ଏକ ଚର୍ଚ୍ଚା ନା ଏଥିରେ କିଛି ସତ୍ୟତା ରହିଛି, ତା’କୁ ନେଇ ରାଜନୀତିକ ସମୀକ୍ଷକମାନେ ମତ ଦେବାରେ ଲାଗିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ