ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ


#ଭୁବନେଶ୍ୱର (ଏନ୍‌.ଏମ୍‌.): ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ତେବେ ସେ ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି । ଏବେ ଦିଲ୍ଲୀପଙ୍କୁ ନେଇ ଓଡ଼ିଆ ଆଜି ଗର୍ବିତ ହୋଇଛନ୍ତି । ଓଡ଼ିଶା ମାଟିର ପୁଅର ପରାକ୍ରମ ଆଜି ସାରା ଦେଶରେ ମହମହ ହୋଇ ବାସ ଚହଟିଛି । କେବଳ ସେତିକି ନୁହେଁ ଏହି ଦାୟିତ୍ୱ ମିଳିବା ଖବର ପାଇବା କ୍ଷଣି ଓଡ଼ିଶାର ବହୁ ସଂଗଠନ ପକ୍ଷରୁ ତାଙ୍କ ପ୍ରତି ଶୁଭେଚ୍ଛା ତଥା ଆର୍ଶିବାଦର ସୁଅ ଛୁଟିଛି । ଦିଲ୍ଲୀପଙ୍କର ଫାଇଟର ଜେଟ୍ ମିରାଜର ପାଇଲଟ୍ ଭାବେ ବେଶ ଦକ୍ଷତା ରହିଛି । ସେହିଭଳି ମିଗ୍‌-୨୧ ସହିତ ବିଭିନ୍ନ ପ୍ରକାର ଲଢ଼ୁଆ ବିମାନ ଉଡ଼ାଇବାରେ ସେ ମାହିର । ତାଙ୍କ ପାଖରେ ୨୫ଶହ ଘଣ୍ଟାର ଉଡ଼ାଣ ଭରିବାର ଅଭିଜ୍ଞତା ରହିଛି । କାରଗିଲ ଯୁଦ୍ଧରେ ଏଥି ସହିତ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ୍ ପାଇଥିଲେ । ଟାଇଗର ହିଲେରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ । ପ୍ରଥମ ଥର ପାଇଁ ରାତିରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ । ୨୦୨୦ ମସିହାରେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା । ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା ହୋଇଥିବାବେଳେ ସେ ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଓ ଡିଏମ୍ ସ୍କୁଲରେ ପାଠ ପଢ଼ିଥିଲେ । ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ । ଦିଲ୍ଲୀପ ତାଙ୍କ କ୍ୟାରିୟରରେ ଭାରତୀୟ ବାୟୁସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି । ଆଇଏଏଫରେ ତାଙ୍କର ଚମତ୍କାର କ୍ୟାରିଅର୍ ରହିଛି । ଫ୍ରଣ୍ଟଲାଇନ ଫାଇଟରକୁ କମାଣ୍ଡିଂ କରିବାରେ ସେ ମାହିର ମଧ୍ୟ । ସେହିପରି ଏୟାର ଭାଇସ ମାର୍ଶଲ ପୂର୍ବରୁ ସେ ବାୟୁ ସେନାରେ ଅନେକ ପଦପଦବୀରେ କାମ କରିଛନ୍ତି । ଏଥିସହିତ ସେ ଏୟାର ୱାରଫେୟାର ମହାବିଦ୍ୟାଳୟର କମାଣ୍ଡାଣ୍ଟ ମଧ୍ୟ ଥିଲେ । ସେହିପରି ଡିଫେନ୍ସ ସିର୍ଭିସ ଷ୍ଟାଫ୍ କଲେଜ ଓ କଲେଜ ଅଫ୍ ଏୟାର ୱାଫେୟାର ମହାବିଦ୍ୟାଳୟର ସେ ମଧ୍ୟ ଜଣେ ପୁରାତନ ଛାତ୍ର । ତାଙ୍କୁ ଏଭଳି ଗୁରତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିବା ନେଇ ବିଭିନ୍ନ ମହଲରେ ଖୁସିର ବାତାବରଣ ଖେଳିଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି