ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏସସିବି ଇକ୍‌ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ


#କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି) ଇକ୍‌ମୋ ୟୁନିଟରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଛି । ତେବେ ମୃତକ ଜଣଙ୍କ ଜଣେ ଡାକ୍ତରଙ୍କ ପୁଅ ବୋଲି ଜଣାପଡ଼ିଛି । କଟକ ବଡ଼ମେଡ଼ିକାଲ ଇକମୋ ୟୁନିଟରେ ଆଜି ପର୍ଯ୍ୟନ୍ତ ୬ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ଏ ଯାବତ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ଏସସିବି ନ୍ୟୁରୋଲୋଜି ଡିପାର୍ଟମେଣ୍ଟର ଏଚଓଡି ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକଙ୍କ ପୁଅ ଚର୍ଚ୍ଚିତ(୧୮) ବୋଲି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଖବର ନେବାରେ ଜଣାପଡ଼ିଛି ଯେ, ଅର୍ଚ୍ଚିତ ହୃଦଘାତରେ ପୀଡ଼ିତ ହେବା ଫଳରେ ତାଙ୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇ ପଡ଼ିଥିଲା । ଏଥି ହସତ କିଡନୀ ଜନିତ ସମସ୍ୟା ମଧ୍ୟ ରହିଥିଲା । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୨୪ତାରିଖରେ ଏସସିବି କାର୍ଡିଓଥେରାସିସ ଇକ୍‌ମୋ ୟୁନିଟରେ ଭର୍ତ୍ତି କରାଯିବା ସହ ଡାକ୍ତରମାନଙ୍କ ଏକ ସ୍ୱତନ୍ତ୍ର ଟିମ ତାଙ୍କ ଉପରେ ୨୪ଘଣ୍ଟିଆ ନଜର ରଖିଥିଲା । ତେବେ ତାଙ୍କର ହୃତପିଣ୍ଡ ସଞ୍ଚାଳନ ବନ୍ଦ ହୋଇ ଯିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିବା ଡାକ୍ତର ମହାରଣା କହିଛନ୍ତି । ତେବେ ଇକ୍‌ମୋ ୟୁନିଟରେ ଏବେ ଜଣେ ମାତ୍ର ରୋଗୀ ଚିକିତ୍ସିତ ହେଉଥିବାବେଳେ ପୂର୍ବରୁ ୫ଜଣଙ୍କ ମୃତ୍ୟୁ ହୋଇଛି । ଏହି ୟୁନିଟ ଖୋଳିବା ପରେ ପ୍ରଥମେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଭର୍ତ୍ତି ହେବା ପରେ ବଲାଙ୍ଗିର ଜିଲ୍ଲାର ଜଣେ ମହିଳା ଭର୍ତ୍ତି ହୋଇଥିଲେ ଏହାପରେ କେନ୍ଦ୍ରାପଡ଼ା ଓ ଅନ୍ୟଜଣେ ଭୁବନେଶ୍ୱର ଅଞ୍ଚଳର ରୋଗୀ ଭର୍ତ୍ତି ହୋଇଥିଲେ । ତେବେ ସମସ୍ତ ରୋଗୀଙ୍କ ମୃତ୍ୟୁ ହୋଇସାରିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ