ଏପ୍ରିଲ ୮ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଏପ୍ରିଲ ୮ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଏପ୍ରିଲ ୮ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ
ସୂର୍ଯ୍ୟ ପରାଗ ଯୋଗୁଁ ଦିନ ହୋଇଯିବ ରାତି


#ଭୁବନେଶ୍ୱର (ଏନ୍‌.ଏମ୍‌.): ଚଳିତ ବର୍ଷ ପୃଥିବାବାସୀ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକସାକ୍ଷୀ ହେବାକୁ ଯାଉଛନ୍ତି । ଏହି ମହାଜାଗତିକ ଦୃଶ୍ୟ ହେଉଛି ଆସନ୍ତା ମାସ ୮ ତାରିଖରେ ହେବାକୁ ଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗ । କାରଣ ଏହି ସମୟରେ ପରାଗ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଯାହା ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଚଳିତ ବର୍ଷ ଯେଉଁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯିବ ତାହା ଖୁବ୍ ବିରଳ । କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଏପରି ବିରଳ ଦୃଶ୍ୟ ଦେଖାଯିବ ନାହିଁ । ୨୦୪୪ ମସିହା ପର୍ଯ୍ୟନ୍ତ ଆମେରିକା ଆକାଶରେ ଏପରି ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନି । ଏହା ଏପରି ଏକ ସୂର୍ଯ୍ୟ ପରାଗ ହେବାକୁ ଯାଉଛି, ଯାହାକୁ ଦେଖିବା ପାଇଁ ଲୋକମାନଙ୍କୁ ସନ୍ ଗ୍ଲାସର ବ୍ୟବହାରରେ କରିବାକୁ ପଡ଼ିବନି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିପାରିବେ । ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ । ନାସା ଅନୁଯାୟୀ, ଏହି ସମୟ ମଧ୍ୟରେ ଆକାଶ ଅନ୍ଧକାର ହୋଇଯିବ । ଦିନ ବଦଳରେ ସକାଳ କିମ୍ବା ସନ୍ଧ୍ୟା ଭଳି ଅନୁଭୂତ ହେବ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ