ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ


ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପଗୋଷ୍ଠୀର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା ତରଫରୁ ଚୌଦ୍ୱାର ଯାତ୍ରା ପଡ଼ିଆରେ ଅବସ୍ଥିତ ୟୁନିଅନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପରିସରରେ ଏକ କୋଭିଡ଼ ଟୀକାକରଣ କେନ୍ଦ୍ର କରାଯାଇ ଚୌଦ୍ୱାର ଅଞ୍ଚଳବାସୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଚୌଦ୍ୱାରର ପୂର୍ବତନ ନଗରପାଳ କୈଳାସ ଚନ୍ଦ୍ର ବେହେରା ଓ ଶିଳ୍ପାନୁଷ୍ଠାନର ମାନବ ସମ୍ବଳ ପ୍ରଶାସନିକ ଅଧିକାରୀ ଶାରଦା ପ୍ରସାଦ ରାଓ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ଲବ୍‌ର ସଦସ୍ୟ ସୁଶାନ୍ତ ବେହେରା, ପ୍ରତାପ ସାହୁ, ସନାତନ ଦଳାଇ, ନମ ଚାଚା, ପ୍ରଦ୍ୟୁମ୍ନ କୁମାର ସାହୁ, ଦେବେନ୍ଦ୍ର ପୃଷ୍ଟି, ଜଗନ୍ନାଥ ମହାରଣା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଏହି ଟୀକାକରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଇମ୍ପାର କର୍ମଚାରୀ ରସାନନ୍ଦ ପ୍ରଧାନ, ଜୟନ୍ତ ସାହୁ, ସଂଗ୍ରାମ ମିଶ୍ର, ଆଶିଷ ଦାସ, ପ୍ରିୟଙ୍କା ଖୁଣ୍ଟିଆ, ଲୋକନାଥ ମହାପାତ୍ର, ପ୍ରିୟଙ୍କା ଶତପଥୀ, ସୁନିଲ କ୍ରିଷ୍ଣା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ଇମ୍ଫାର ଲୋକସମ୍ପର୍କ ବିଭାଗର ଡେପୁଟି ଜେନେରାଲ ମ୍ୟାନେଜର ଧ୍ରୁବଚରଣ ରାଉତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ