ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକରେ ଚେତାବନୀ: ପେନସନ ନାହିଁତ ଭୋଟ ନାହିଁ

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକରେ ଚେତାବନୀ: ପେନସନ ନାହିଁତ ଭୋଟ ନାହିଁ

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକରେ ଚେତାବନୀ: ପେନସନ ନାହିଁତ ଭୋଟ ନାହିଁ


#କଟକ(ଏନ୍‌.ଏମ୍‌.): ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇଂ. ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଏହି ବୈଠକରେ ସର୍ବଭାରତୀୟ ଉପସଭାପତି ତଥା ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ଉପଦେଷ୍ଟା ରଞ୍ଜନ ଖୁଣ୍ଟିଆ, ଗୌରାଙ୍ଗ ପାଣିଗ୍ରାହୀ, ନଟବର ଆଚାର‌୍ୟ୍ୟ, କାର‌୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ୩୭ ଜଣ ପ୍ରତିନିଧି ଯୋଗଦେଇଥିଲେ । କେନ୍ଦ୍ର ସରକାର ସର୍ବନିମ୍ନ ପେନସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ ଘୋଷଣା ନକରିବା ଦ୍ୱାରା ଓଡିଶା ସହ ସାରାଦେଶର ୭୬ ଲକ୍ଷ ଇପିଏଫ ପେନସନଧାରୀ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଥିବା ବିଷୟ ପ୍ରମୁଖ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ଇପିଏଫ ସଂଗଠନ ବର୍ଦ୍ଧିତ ପେନସନ ପ୍ରଦାନରେ ଅହେତୁକ ବିଳମ୍ବ ପାଇଁ ଇପିଏଫ ପେନସନ ଭୋଗୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ମତ ପ୍ରକାଶ ପାଇଥିଲା । ଫଳସ୍ୱରୂପ ଆଗାମୀ ନିର୍ବାଚନରେ ଓଡିଶା ସମେତ ସାରାଦେଶରେ ଥିବା ୭୬ଲକ୍ଷରୁ ଉର୍ଦ୍ଧ୍ୱ ଇପିଏଫ ପେନସନ ଭୋଗି ପରିବାର ଆଗାମୀ ନିର୍ବାଚନରେ ବିଜେପି ସରକାର ବିରୁଦ୍ଧରେ ଭୋଟ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୪ ମସିହାରେ କେନ୍ଦ୍ରରେ ଥିବା ତତ୍କାଳୀନ ଉପା-ସରକାର ଇପିଏଫ ପେନସନ ଭୋଗିଙ୍କ ପ୍ରତି ସର୍ବନିମ୍ନ ପେନସନ ୧ହଜାର ଟଙ୍କାକୁ ବୃଦ୍ଧିପାଇଁ ଘୋଷଣା କଲାବେଳେ ବିରୋଧୀ ଦଳରେ ଥିବା ବିଜେପି ଦଳ ଏହାକୁ ଘୋର ବିରୋଧ କରିଥିଲେ । ତତସହିତ ବିଜେପି ଦଳର ତତକାଳୀନ ପ୍ରବକ୍ତା ପ୍ରକାଶ ଜାଭେଦକର ଜାନୁଆରୀ ୨୦୧୪ ମସିହାରେ ସାମ୍ବାଦିକ ସମ୍ମିଳନୀ ଡକାଇ ଘୋଷଣା କରିଥିଲେ । କେନ୍ଦ୍ରରେ ବିଜେପି ଦଳ କ୍ଷମତାକୁ ଆସିଲେ ତତ୍କାଳ ସର୍ବନିମ୍ନ ପେନସନ ୩୦୦୦ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେବେ । ଏକ ବିଡମ୍ବନାର ବିଷୟ ଯେ ଏହି ଦଳ କେନ୍ଦ୍ରରେ ୧୦ବର୍ଷ ସରକାରରେ ଥିଲେ ମଧ୍ୟ ଟଙ୍କାଟିଏ ପେନସନ ବୃଦ୍ଧି କଲେ ନାହିଁ । ଯାହାଫଳରେ ଦେଶରେ ଥିବା ଇପିଏଫ ପେନସନ ଭୋଗି ପରିବାର ଖାଦ୍ୟ ଓ ଔଷଧ ବିନା ହା-ହତାଶରେ ଦିନ କାଟୁଛନ୍ତି । ଆଜିର ଏହି ବୈଠକରେ ଉପସ୍ଥିତ କର୍ମକର୍ତ୍ତାମାନେ କେନ୍ଦ୍ରର ଏତାଦୃଶ ମନୋଭାବକୁ ଘୋର ନିନ୍ଦା କରିଥିଲେ । ଆଗାମୀ ଦିନରେ କେନ୍ଦ୍ରୀୟ ଇପିଏଫ ସଂଗଠନରେ ବିଜେପି ଓ ତାର ସହଯୋଗୀ ଦଳକୁ ଭୋଟ ନଦେବାକୁ ଓଡିଶା ତରଫରୁ ପ୍ରସ୍ତାବ ରଖିବାକୁ ନିଷ୍ପତ୍ତି କରାଗଲା । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୫ତାରିଖରେ ମହାରାଷ୍ଟ୍ରର ସେବାଗ୍ରାମ ଠାରେ କେନ୍ଦ୍ରୀୟ ଇପିଏଫ ସଂଗଠନର ହେବାକୁ ଥିବା ବୈଠକରେ ଓଡିଶା ତରଫରୁ ଏହି ପ୍ରସ୍ତାବକୁ ଆଲୋଚନା କରିବାକୁ ନିଷ୍ପତ୍ତି କରାଗଲା । ଏଥିସହିତ ନିର୍ବାଚନ ପୂର୍ବରୁ ଯଦି ସର୍ବନିମ୍ନ ପେନସନ ସହ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ନ କରାଯାଏ ଇପିଏଫ ପେନସନ ଭୋଗି ପରିବାର କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଭୋଟ ଦେବେ ବୋଲି ଚେତାବନୀ ଦିଆଯାଇଛି । ସରୋଜକାନ୍ତ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ