ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
#ଭୁବନେଶ୍ୱର(ଏନ୍.ଏମ୍.): ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏବେ ସମରସଜା ଆରମ୍ଭ କରିଥିବାବେଳେ ବିଜେଡି ଆଜି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ପ୍ରାର୍ଥୀତ୍ୱକୁ ନେଇ ପୂର୍ବରୁ ବିଜେଡି ପକ୍ଷରୁ ନେତାମାନେ ଯାହା ନାଁ ଘୋଷଣା କରୁଥିଲେ ସେଥିରେ କିଛି ପରିବର୍ତ୍ତନ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା ପରେ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିବା ଜଣାପଡ଼ିଛି । ତେବେ ଶ୍ରୀ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ସୋନପୁରରୁ ଦଳ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାଗଡ଼ରୁ ସରୋଜ ମେହର, ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ ଓ ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଲୋକସଭା ନିମନ୍ତେ ବିଜେଡି ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଥିବା ବେଳେ କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ । ଏଥିସହ ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ମାଝୀ, ଆସିକାରୁ ରଞ୍ଜିତା ସାହୁଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି । ସେହିଭଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଷମ କଟକରୁ ଜଗନ୍ନାଥ ସାରକା, ଗୁଣପୁରରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଅନୁଶୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁସାନ୍ତ ସିଂହ, ଜଲେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ସୁଭାଶିନୀ ଜେନା, ଭଣ୍ଡାରୀ ପୋଖରୀରୁ ସଞ୍ଜିବ ମଲ୍ଲିକ, ଭଦ୍ରକରୁ ପ୍ରଫୁଲ୍ଲ ସମାଲ, ବାସୁଦେବ ପୁରରୁ ବିଷ୍ଣୁବ୍ରତ ରାଉତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାର ପ୍ରୀତିରଞ୍ଜନ ଘଡେଇ, ଢେଙ୍କାନାଳରୁ ସୁଧୀର କୁମାର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ପର୍ଜଙ୍ଗରୁ ନୃସିଂହ ସାହୁ, ପାଲହଡ଼ାରୁ ମୁକେଶ ପାଲ, ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରା, ସୋନପୁରରୁ ନିରଞ୍ଜନ ପୁଜାରୀ, ଲୋଇସିଂଙ୍ଗାରୁ ନିହାର ବେହେରା, ପାଟଣାଗଡ଼ରୁ ସରୋଜ ମେହେରା, ବଲାଙ୍ଗୀରରୁ କଳିକେଶ ସିଂହ ଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନ ନାୟକ, ଝରୀଗ୍ରାମ ରମେଶ ମାଝୀ, ନବରଙ୍ଗପୁର, କୌଶଲ୍ୟା ପାଣିଗ୍ରାହୀ, ଡାବୁଗାମ ମନୋହର ରଣଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦୀଶାରୀ, ଜୁନାଗଡ଼ରୁ ଦିବ୍ୟଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା ଲତିକା ନାୟକ, ଜି. ଉଦୟଗିରୀରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହିଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ, ବଡମ୍ବାରୁ ଦେବୀ ମିଶ୍ର, ବାଙ୍କୀରୁ ଦେବୀ ତ୍ରିପାଠୀ, ଆଗଠତରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାର-କଟକରୁ ସୌଭିକ ବିଶ୍ୱାଳ, ନିଆଳି ପ୍ରମୋଦ ମଲ୍ଲିକ, କଟକ ସଦର ଚନ୍ଦ୍ରସ ।ରଥୀ ବେହେରା, ପାଟକୁରା ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ ଦେବ, ରାଜନଗର ଧ୍ରୁବ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପୁରୀରୁ ସୁନିଲ ମହାନ୍ତି, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସ ବର୍ମା, ପିପିଲିରୁ ରୁଦ୍ର ମହାରଥୀ, ଜଟଣୀରୁ ବିଭୁତି ବଳବନ୍ତରାୟ, ରଣପୁରରୁ ସତ୍ୟ ପ୍ରଧାନ, ଦଶପଲ୍ଲାରୁ ରମେଶ ବେହେରା, ନୟାଗଡ଼ରୁ ଅରୁଣ କୁମାର ସାହୁ, ଭଞ୍ଜନଗରରୁ ବିକ୍ରମ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ଲତିକା ପ୍ରଧାନ, ଛତ୍ରପୁରରୁ ସୁବାସ ବେହେରାଙ୍କ ନାମ ଘୋଷଣା କରାଯାଇଛି ।