ଆସନ୍ତା ୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା

ଆସନ୍ତା ୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା

ଆସନ୍ତା ୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ର ଦ୍ୱିତୀୟ ପରୀକ୍ଷା ହେବ । ଏଥିଲାଗି ଆସନ୍ତା ୧୦ ତାରିଖ ଠାରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବା ସହ ଉକ୍ତ ଫର୍ମପୂରଣ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପେପର-୧ ଲାଗି ୧୫୦ ମାର୍କ ରହିଥିବାବେଳେ ପେପର-୨ରେ ୯୦ ମାର୍କ ରହିଛି । ଉକ୍ତ ପେପର ଗୁଡିକରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ କରାଯାଇଛି । ସେହିଭଳି ୬୦ ମାର୍କ ବିଶିଷ୍ଟ ଇଚ୍ଛାଧୀନ ପେପର ମଧ୍ୟ ରହିଛି । ପରୀକ୍ଷାର୍ଥୀମାନେ ଗଣିତ ଓ ବିଜ୍ଞାନ କିମ୍ବା ସୋସିଆଲ ଷ୍ଟଡିଜ ବିଷୟରେ ପରୀକ୍ଷା ଦେଇପାରିବେ । ଏଥିରେ ବହୁ ବିକଳ୍ପ ପ୍ରଶ୍ନଉତ୍ତର (ଏମସିକିୁ୍ୟ) ପଦ୍ଧତିରେ ପ୍ରଶ୍ନପତ୍ର ରହିବ । ଏନେଇ ବୋର୍ଡ ୱେବସାଇଟରେ ପରୀକ୍ଷା ସମ୍ପର୍କିତ ସିଲବସ ଏବଂ ପଦ୍ଧତି ବିଷୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି