ଆସନ୍ତା କାଲି ପ୍ରକାଶ ପାଇବ ମାଟି୍ରକ ପରୀକ୍ଷା ଫଳ

ଆସନ୍ତା କାଲି ପ୍ରକାଶ ପାଇବ ମାଟି୍ରକ ପରୀକ୍ଷା ଫଳ

ଆସନ୍ତା କାଲି ପ୍ରକାଶ ପାଇବ ମାଟି୍ରକ ପରୀକ୍ଷା ଫଳ


କଟକ(ଏନ୍.ଏମ୍.): ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହି ଅବସରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । କଟକ ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଫଳ ଉପଲବ୍ଧ ହେବ । ୱେବସାଇଟ୍-www.bseodisha.ac.inରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍ ସୁବିଧା ନ ଥିଲେ SMS କରି ରେଜଲ୍ଟ ଜାଣିହେବ । OR01 < Roll N0 > ଲେଖି ୫୬୭୬୭୫୦ ରେ SMS କଲେ ପରୀକ୍ଷାର୍ଥୀ ପରୀକ୍ଷା ଫଳ ପାଇପାରିବେ ।
ଏ ନେଇ କିଛି ଦିନ ପୂର୍ବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଚଳିତ ଜୁନ୍ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଥିଲେ । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି । ତେବେ କରୋନା ଯୋଗୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମାଟ୍ରିକ୍ ଫଳାଫଳ ନେଇ ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡ ଅନୁମୋଦନ ଦେଇଥିଲା । ସେହି ଫର୍ମୁଲା ଅନୁଯାୟୀ, ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା । ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବ ବୋଲି କୁହାଯାଇଥିଲା । ନବମର ୪୦%, ଦଶମର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବା ନେଇ ପ୍ରସ୍ତାବ ରହିଥିଲା । ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ । ଯଦି ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇ ଥିଲା । ଗତ ଏପ୍ରିଲ୍ ୨୪ ତାରିଖରେ ମାଟ୍ରିକ୍ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ୍ କରାଯାଇଥିଲା । ସୂଚନାଯୋଗ୍ୟ, ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ । ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା । ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ । ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା ଚାଲିଥିଲା । ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ । ମାତ୍ର କୋଭିଡ ସଂକ୍ରମଣ ଯୋଗୁଁ ସମସ୍ତ ପ୍ରକ୍ରିୟା ବାତିଲ କରାଯିବା ସହ ନୂତନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ କରାଯାଉଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି