ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ


#ନାରାୟଣପାଟଣା(ଏନ୍‌.ଏମ୍‌.): ରାଜ୍ୟରେ ଶ୍ରମିକ ଚାଲଣ ଥମିବାରେ ନାଁ ଧରୁନି । ବିଶେଷ କରି ଘର ପାଖରେ ଧନ୍ଦା ନମିଳିବା ଯୋଗୁଁ ରାଜ୍ୟବାହାରକୁ ଦାଦନ ଖଟିବା ପାଇଁ ରାଜ୍ୟରୁ ଲୋକ ଚାଲିଯାଉଛନ୍ତି । ମାତ୍ର ସେଠାରେ ବିଭିନ୍ନ ନିର୍ଯ୍ୟାତନାର ଶିକାର ହୋଇ ମଧ୍ୟ ଘରକୁ ସହଜରେ ଫେରି ପାରୁନାହାନ୍ତି । ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମୁନାହିଁ । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣବେଳେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଚିଲିବାଳସା ଗେଟ ନିକଟରୁ ଯବାନମାନେ ୮୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ କିଛି ନାବାଳକ ଓ ନାବାଳିକା ଥିବା ଜଣାଯାଇଛି । ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବୋଲି ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ନାରାୟଣପାଟଣା ଅଞ୍ଚଳରୁ ଶ୍ରମିକମାନେ ଏକ ବସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଉଥିଲେ । ଓଡ଼ିଶା ସୀମା ଚିଲିବାଳସା ଗେଟରେ ନିକଟରେ ଯବାନମାନେ ବସଟିକୁ ଅଟକାଇଥିଲେ । ଯାଞ୍ଚ ପରେ ଶ୍ରମିକମାନେ ଦାଦନ ଖଟିବାକୁ ଯାଉଥିବା ଜଣାପଡ଼ିଥିଲା । ଏନେଇ ପୁଲିସକୁ ଖବର ଦେଇଥିଲେ ଯବାନ । ପୁଲିସ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି । ଏମାନଙ୍କୁ କିଏ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ଼ କରୁଛି ।

Slider ଅପରାଧ ଦେଶ ବିଦେଶ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ