ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ପୌରହିତ୍ୟରେ ବିଶ୍ୱ ମାସିକ ଋତୁସ୍ରାବ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ରାଧାଗୋବିନ୍ଦପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ସୁନିତା ଦାସ, ଆଶାକର୍ମୀ କୁନି ସାହୁ, ବନିତା ରାଉତ ଓ ଗାଁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଯୋଗ ଦେଇଥିଲେ । ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଇ ମାସ ୨୮ତାରିଖ ଦିନଟିକୁ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ରୂପେ କରାଯାଇ ଋତୁସ୍ରାବ ସମୟରେ ଉତ୍ତମ ସ୍ୱଚ୍ଛତା ଜ୍ଞାନ ସମ୍ପର୍କରେ ଝିଅ ଏବଂ ନାରୀମାନଙ୍କୁ ସଚେତନତା ଉଦ୍ଦେଶ୍ୟରେ ପାଳନ କରିଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ବର୍ଷର ବାର୍ତ୍ତା ରଖିଛନ୍ତି ‘ଋତୁସ୍ରାବ ହେଉଛି ଏକ ସାଧାରଣ ଜୀବନ ଚକ୍ରର ଅଂଶ’ ଋତୁସ୍ରାବ ସମୟରେ ପ୍ରତିଦିନ ସ୍ନାନ କରିବା ସହିତ ଶରୀରକୁ ପରିସ୍କାର ରଖନ୍ତୁ ସାନିଟାରୀ ପ୍ୟାଡ ବ୍ୟବହାର କରିବା, ୪-୬ଘଣ୍ଟା ଅନ୍ତରାଳରେ ପ୍ୟାଡକୁ ବଦଳାନ୍ତୁ, ବ୍ୟବହାର କରିବା ପରେ ସାବୁନରେ ହାତ ଧୋଇବା, ସରକାରଙ୍କ ତରଫରୁ ଋତୁସ୍ରାବ ସମୟରେ କିଶୋରୀ ଓ ମହିଳା ମାନଙ୍କ ପାଇଁ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପରିଚ୍ଛନ୍ନତା ଅତ୍ୟନ୍ତ ଜରୁରୀ । ‘ଖୁସି’ ଯୋଜନାରେ ଆମ ରାଜ୍ୟରେ କିଶୋରୀ ମହିଳା ମାନଙ୍କୁ ଖୁସି ପ୍ୟାଡ ମାଗଣାରେ ବଣ୍ଟନ କରାଯାଉଛି । ଏଥି ସହିତ ୬ଷ୍ଠ ରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ସାନିଟାରୀ ପ୍ୟାଡ ଯୋଗାଇ ଦିଆଯାଉଛି । ଋତୁସ୍ରାବ ଜନିତ ସମସ୍ୟା ଓ ସଚେତନତା ପାଇଁ ମମତା ଦିବସରେ ଗ୍ରାମମାନଙ୍କରେ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି । କିଶୋରୀମାନଙ୍କ ପାଖରେ ଋତୁସ୍ରାବଜନିତ କୌଣସି ସମସ୍ୟା ଦେଖାଦେଲେ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଚିକିତ୍ସା ପାଇପାରିବେ । ମହିଳାମାନଙ୍କର ୧୫ରୁ୨୫ବର୍ଷ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପଦ୍ଧତି ଅନୁପାଳନ କରିବାରେ ଆମ ରାଜ୍ୟ ସଫଳତା ୨୦୧୫-୧୬ରେ ୪୭%, ୨୦୧୯-୨୦ ମଧ୍ୟରେ ୮୨%କୁ ବୃଦ୍ଧି ପାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ