ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି

ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି

ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଆଠଗଡ଼ ଅଞ୍ଚଳରେ । ଗଣେଶ ଭସାଣିକୁ ନେଇ ପ୍ରବଳ ଗଣ୍ଡଗୋଳ ହେବା ସହ ଏହି ଗଣ୍ଡଗୋଳରେ ଜଣେ ଯୁବକଙ୍କ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ନୂଆ ଆଙ୍କୁଲା ଗ୍ରାମରେ ଭସାଣି ଯାତ୍ରା ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହେବା ସହ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ତେବେ ବ୍ୟକ୍ତି ଜଣକ ଆଖି ହରାଇବା ପରେ ମଧ୍ୟ ଦୁବୃର୍ତ୍ତଙ୍କ ଭୟରେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବାବେଳେ ପୁଲିସ ପକ୍ଷରୁ ତାଙ୍କୁ କେବେ ନ୍ୟାୟ ମିଳିବ ସେ ନେଇ ଦିନ ଗଣୁଛନ୍ତି ।
ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ମାସ ୪ ତାରିଖ ରାତିର ଘଟଣା, ଭସାଣି ଚାଲିଥିବାବେଳେ ବିଶ୍ୱଜିତ ରାଉତ ନାମକ ଜଣେ ଯୁବକ ଶୁଣିବାକୁ ପାଇଲେ ଯେ, ତାଙ୍କ ଭାଇଙ୍କ ସହ କିଛି ଦୁବୁର୍ତ୍ତ ଗଣ୍ଡଗୋଳ କରୁଛନ୍ତି । ତେବେ ଏହି ଖବର ପାଇବା ପରେ ବିଶ୍ୱଜିତ ସେଠାକୁ ଯାଇ ପହଞ୍ଚିବା କ୍ଷଣି ଅଚାନକ ଆକ୍ରମଣର ଶିକାର ହେଲେ । ଦୁବୃର୍ତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ପ୍ରଥମେ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଗୋଟିଏ ଚକ୍ଷୁ ନଷ୍ଟ ହୋଇ ଯାଇଛି । ଏ ନେଇ ଆଠଗଡ଼ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନରେ ମନ୍ଥରତା ଯୋଗୁଁ ଅଭିଯୋଗକାରୀ ପରିବାର ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି । ଦିନ ପରେ ଦିନ ଗଡ଼ି ଯାଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦ୍ୱାରା ଦୁବୃର୍ତ୍ତମାନେ ପୁଣି କିଛି କ୍ଷତି ଘଟାଇବା ଆଶଙ୍କାରେ ପରିବାର ଲୋକେ ଭୟଭୀତ ରହିଛନ୍ତି । ତେବେ ଏ ନେଇ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଠଗଡ଼ ଏସଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ।

ADVERTISEMENT
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ