ଆଇରନ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ
#ଭଦ୍ରକ(ଏନ୍.ଏମ୍.): ସଡକ ଦୁର୍ଘଟଣା ଏଡାଇବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସଡ଼କ ସୁରକ୍ଷା ସଚେତନତା ଠାରୁ ଆରମ୍ଭ କରି ଗାଡ଼ିଚାଳନାରେ ଅନେକ କଟକଣା ମଧ୍ୟ ଜାରି କରାଯାଇଛି । ତଥାପି ହଟୁନି ସଡକ ଦୁର୍ଘଟଣା । ତେବେ ଏହାର କାରଣ ଖୋଜି ପାଇବା ବେଳକୁ ଅନେକ ଲୋକଙ୍କ ଜୀବନ ଦୀପ ଲିଭିଯାଉଥିବା ଦେଖିବାକୁ ମିଳିଛି । ତେବେ ବୁଧବାର ସକାଳୁ ସକାଳୁ ଜଣେ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହେବା ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉତ୍ତେଜିତ ଜନସାଧାରଣ ରାସ୍ତାରୋକ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ଆର୍ଥିକ ସହାୟତା ପ୍ରଦାନ ଏବଂ ଦୁର୍ଘଟଣାମୁକ୍ତ ଯାନବାହନ ଚଳାଚଳ ଉପରେ ବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ସକାଳୁ ସକାଳୁ ଆଇରନ ବୋଝେଇ ଟ୍ରକ ଯାଉଥିବାବେଳେ ଧାମରା ଅଭିମୁଖେ ଯାଉଥିବାବେଳେ ବାସୁଦେବ ପୁର ଠାରେ ହଠାତ ଭାରସ୍ୟାମ ହରାଇ ମାଧବ ଦାସ(୩୫)ଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମାଧବଙ୍କ ମୃତ୍ୟୁ ହୋଇଥିଲା । ମୃତ ମାଧବଙ୍କ ଘର ପୌର ପରିଷଦ ଅନ୍ତର୍ଗତ ନଅ ନମ୍ୱର୍ ୱାର୍ଡରେ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ଓ ଏସଡିପିଓ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା ଜାରି ରଖିଛନ୍ତି । ସୂଚନା ଯୋଗ୍ୟଯେ, ଏହି ରାସ୍ତାଦେଇପ୍ରତିଦିନ ଶହ ଶହ ଆଇରନ ବୋଝେଇ ଟ୍ରକ ଯିବା ଆସିବା କରୁଛି; ଯାହାଦ୍ୱାରା ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷତି ହେଉଛି । ଏଣୁ ପ୍ରଶାସନକୁ ବାରମ୍ବାର କହିବା ସତ୍ତ୍ୱେକୌଣସି ସୁଫଳ ମିଳୁନାହିଁ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି । ରିପୋର୍ଟ ଲେଖା ସୁଧା ରାସ୍ତା ଅବରୋଧ ଜାରି ରହିଛି ।