ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌


କଟକ(ଏନ୍‌.ଏମ୍‌.): ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାର ତଦନ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏଥି ସହିତ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଚୋରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାବେଳେ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବହୁ ତଥ୍ୟ ତଦନ୍ତରୁ ହସ୍ତଗତ ହୋଇଛି । ବିଦେଶୀ ଶକ୍ତିଙ୍କ ହାତ ଏହି ଘଟଣା ପଛରେ ରହିଥିବା ଜଣାପଡ଼ିଛି । ବିଦେଶୀ ମହିଳାଙ୍କ ସହିତ ଅଭିଯୁକ୍ତମାନେ ନିୟମିତ ସମ୍ପର୍କରେ ଥିଲେ । ବିଦେଶରୁ ମଧ୍ୟ ଟଙ୍କା ଅଭିଯୁକ୍ତଙ୍କ ଖାତାକୁ ଆସିଥିଲା । ତେଣୁ ଏହି ଘଟଣାର ସିବିଆଇ କିମ୍ବା ଏନ୍‌ଆଇଏ ତଦନ୍ତ କରାଯିବା ଉଚିତ । କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କଲେ ପ୍ରକୃତ ଦୋଷୀ ଧରା ପଡିବ ଆବେଦନରେ ଦର୍ଶା ଯାଇଛି । ତେଣୁ ଘଟଣାର ସିବିଆଇ କିମ୍ବା ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବାକୁ ଆବେଦନକାରୀ ନିବେଦନ କରିଛନ୍ତି । ପ୍ରକାଶ ଯେ, ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆରର ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି