ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି

ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି

ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି

News by Ramesh Das (Mahanga)

ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । ଲୁଟ, ଛିନତାଇ, ଡକେୟତି ଏବଂ ଚୋରି ଭଳି ଅପରାଧ ପ୍ରତିଦିନ ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ହେଲେ ଆଜି ଜଣେ ପୁଲିସ ଅଧିକାରୀଙ୍କ ଘରୁ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ପୁଲିସ ନାଁ ଶୁଣିଲେ ଚୋର ଡରି ପଳାଉଥିଲେ । ଆଜି ହେଲେ ପୁଲିସ ଘରୁ ହୋଇଛି ଚୋରି । ଏଭଳି ଘଟଣା କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ ଘଟିଥିବା ଜଣାପଡ଼ିଛି । ଅନୁଗୁଳ ପୋଲିସ ଟ୍ରନିଂ ସେଣ୍ଟରରେ ଟ୍ରେନର ଥିବା ଏଏସଆଇ ଏହି ଗାଁର ସୁଧାଂଶୁ ସାମଲ ଓ ଅନୁଗୁଳ ଏସ୍ପି ଅଫିସରେ କ୍ଳର୍କ ଭାବେ ଚାକିରୀ କରିଥିବା ତାଙ୍କ ସ୍ତ୍ରୀ ସାଧନା ସେଟଙ୍କ ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି । ଗାଁରେ ଥିବା ତାଙ୍କର ଏହି ଘରେ ତାଙ୍କ ଦାଦା ରୁହନ୍ତି । ତେବେ ଗତକାଲି ରାତିରେ ତାଙ୍କ ଗାଈ ଅସୁସ୍ଥ ହୋଇପଡିଥିବାରୁ ପାଖରେ ଥିବା ତାଙ୍କ ନିଜ ଘରକୁ ପଳାଇ ଆସିଥିଲେ । ଏହାର ସୁଯୋଗ ନେଇ ଚୋରମାନେ ତାଲା ଭାଙ୍ଗି ଘରେ ପଶି ସମସ୍ତ ଆସବାବପତ୍ର ନେଇଯିବା ସହ ଗହଣାଗାଣ୍ଠି ନେଇଯାଇଥିବାର ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗର ବହୁ ବିଳମ୍ବରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ