ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ


#କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌(ଓସିଏ) ପକ୍ଷରୁ ବୁଧବାର ଠାରୁ ଆରମ୍ଭ ହୋଇଥିବା ଅନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ର ଆଜି ଅନୁଷ୍ଠିତ ୩ଟି ମ୍ୟାଚ୍‌ରେ ଓଲ୍‌ଡ ଷ୍ଟିୱାର୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ଓ କେମ୍ବ୍ରିଜ୍ ସ୍କୁଲ ବିଜୟୀ ହୋଇଛନ୍ତି । ସନ୍‌ସାଇନ୍ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଲଡ୍ ଷ୍ଟିୱାର୍ଟ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ୨୦୫ ରନ୍ ବ୍ୟବଧାନରେ ହରାଇଛି । ଓଲଡ୍ ଷ୍ଟିୱାର୍ଟ ଟସ୍ ଜିତି ୪୦ ଓଭରରେ ୯ ୱିକେଟ୍ ହରାଇ ୨୭୫ ରନ୍ କରିଥିଲା । ଜବାବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦର ୨୦.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୦ ରନ୍ କରିଥିଲା । ଏହି ମ୍ୟାଚ୍‌ରେ ଓଲ୍‌ଡ ଷ୍ଟିୱାର୍ଟ ସ୍କୁଲ ପ୍ରୟାଗ କୁମାର ବେହେରା ଆଜି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରୟାଗ ୧୨୩ଟି ବଲ୍‌ରୁ ୨୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ବ୍ୟକ୍ତିଗତ ୧୩୫ ରନ୍ କରି ନଟ୍‌ଆଉଟ୍ ରହିଥିଲେ । ତୁଳସୀପୁର ମଠ ସାହିର ପ୍ରୟାଗ ସ୍କୁଲ କ୍ରିକେଟ୍‌ରେ ଏଭଳି ସଫଳତା ପାଇଁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରୟାଗ ଏହି ମ୍ୟାଚ୍‌ରେ ୧ ୱିକେଟ୍ ନେଇଥିଲେ । ନିମପୁର କ୍ରିକେଟ୍ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ -ଡି କମ୍ବାଇନ୍ ସ୍କୁଲକୁ ୫ ୱିକେଟ୍‌ରେ ହରାଇଛି । ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା । ଡି’ କମ୍ବାଇନ୍ ସ୍କୁଲ୍ ୩୨.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା । ଜବାବରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ ୨୨.୩ ଓଭରରେ ୫ ୱିକେଟ୍ ହରାଇ ୧୦୭ ରନ୍ କରି ବିଜୟୀ ହୋଇଥିଲା । ବିଡାନାସୀ ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ କେମ୍ବ୍ରିଜ୍ ସ୍କୁଲ୍ ପିଏମ୍ ଏକାଡେମିକୁ ୧୩୮ ରନ୍ ବ୍ୟବଧାନରେ ପରାସ୍ତ କରିଛି । କେମ୍ବ୍ରିଜ୍ ସ୍କୁଲ୍ ଟସ୍ ଜିତି ୩୫ ଓଭରରେ ୭ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା । ଜବାବରେ ପି.ଏମ୍ ଏକାଡେମି ୧୬.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୯୪ ରନ୍ କରିଥିଲା । ମହମ୍ମଦ ଅହେତସମ ୭୦ ରନ୍‌, ପୁଲକିତ ଶର୍ମା ୬୩ ରନ୍ କରିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ