ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ


କଟକ(ଏନ୍‌.ଏମ୍‌.): ଅନଲାଇନରେ ଫୁଟୱେୟାର ବ୍ୟବସାୟ ଯୋଗୁଁ ଅଣ ସରକାରୀ ସଂସ୍ଥା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନ । ଅନଲାଇନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଥିବା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନରେ ବିକ୍ରି ଏକ ପ୍ରକାର ଠପ ହୋଇ ଯାଇଛି । ଫଳରେ ସରକାରଙ୍କୁ ଜିଏସଟି ପାଉଣା ପଇଠ କରିବା ଓ କର୍ମଚାରୀଙ୍କ ଚଲାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଥିବା ସଂଘ ପକ୍ଷରୁ କୁହାଯାଇଇଛି । ଓଡ଼ିଶା ଫୁଟୱେୟାର ଟ୍ରେଡର୍ସ ଆସୋସିଏସନର (ଓଏଫଟିଏ) ଅଣ ସରକାରୀ ଫୁଟୱେୟାର ଡିଷ୍ଟ୍ରିବ୍ୟୁଟର । ଏହି ସଂସ୍ଥା ରାଜ୍ୟର ବିଭିନ୍ନ ହେଲସେଲ ଏବଂ ଟ୍ରଡର୍ସ ମାନଙ୍କୁ ଫୁଟୱେୟାର ଯୋଗାଇ ଥାଏ । ଲୋକମାନେ ସିଧାସଖଳ ଭାବେ ଦୋକାନ ଯାଇ କ୍ରୟ କରିଥାନ୍ତି । ନିକଟରେ ଅନଲାଇନରେ ସଂସ୍ଥା ଦ୍ୱାରା ଆକର୍ଷଣୀୟ ଅଫର ଦିଆଯାଉଥିବାରୁ ସାଧାରଣ ଗ୍ରାହକ ଆଉ ଦୋକାନକୁ ଯାଉନାହାନ୍ତି । ଅନଲାଇନ ଲାଇନ ସଂସ୍ଥା ଏଜିଓ, ଉଡାନ, ଆମାଜନ, ଫିପ୍ଲ କାର୍ଟ, ସ୍ନାପଡିଲ ଆକର୍ଷଣୀୟ ଅଫର ଯୋଗୁଁ ଗ୍ରାହକ ମାନେ ଆଉ ସିଧାସଳଖ ବ୍ୟବସାୟିକ ପ୍ରତିଷ୍ଠାନରୁ ସାମଗ୍ରୀ କ୍ରୟ କରୁନାହାନ୍ତି । ଅଫର ପାଇବା ମାତ୍ରେ ଅନଲାଇନରେ ସିଧାସଳଖ ସାମଗ୍ରୀ କରୁଛନ୍ତି । ଫଳରେ ଅନେକ ଦୋକାନ ମାନଙ୍କୁ କ୍ଷତି ସହିବାକୁ ପଡୁଛି । ଭାରତରେ ପ୍ରାୟ ୫୦ ହଜାର ଫୁଟ ୱେୟାର ଡିଷ୍ଟ୍ରିବ୍ୟୁଟର ନିକଟରେ ୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରିଥାନ୍ତି । ଏହି କର୍ମଚାରୀ ମାନେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ଏବେ ବ୍ୟବସାୟ ଏକ ପ୍ରକାର ଠପ ହୋଇଯିବା ଫଳରେ କର୍ମଚାରୀମାନଙ୍କୁ ଦରମା ଦେବାକୁ ଦେକାନୀମାନେ ଅସମର୍ଥ ହୋଇପଡିଛନ୍ତି । ତେବେ ଏହାକୁ ରୋକିବା ଲାଗି ବିଭିନ୍ନ ସଂସ୍ଥା ଏକଜୁଟ ହୋଇ ଅନଲାଇନରେ ଫୁଟୱେୟାର ବିକ୍ରି ଉପରେ ସଚେତନତା କରିବା ନେଇ ଆଲୋଚନା ହୋଇଥିଲା । କର୍ମସିଆଲ କମ୍ପାନୀକରାଯାଇଛି । ଏହା ସହିତ ଅନଲାଇନ ସପିଙ୍ଗ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସମ୍ପାଦକ ଅବଦୁଲ ରଜାକ ମେମନ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ