ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ
ଗଜପତି(ଏନ୍.ଏମ୍.): ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷିର ଉନ୍ନତିକରଣ ନହେବାରୁ ଚାଷରେ ବ୍ୟାପକ କ୍ଷତି ହେଉଛି । ତେବେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କରାଇ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପାୟନୀୟର କମ୍ପାନୀ ଅନ୍ୟତମ । ଏହି ସଂସ୍ଥାର ନିଜସ୍ୱ ଉଦ୍ଭାବନ ବିହନ ଚାଷୀଙ୍କୁ ଅଧିକ ଅମଳ ଦେଉଥିବା ଯୋଗୁଁ ଚାଷୀମାନେ ଏଥିପ୍ରତି ବେଶ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଆର୍ ଉଦୟଗିରି ଅନ୍ତର୍ଗତ ଛେଲାଗଡ ପଞ୍ଚାୟତରେ ପାୟନୀୟର କମ୍ପାନି ପକ୍ଷରୁ ଧାନ ଅମଳ ଦିବସ ପାଳିତ ହୋଇ ଯାଇଛି । ବୈଜ୍ଞନିକ ପଦ୍ଧତିରେ ପାୟୋନିୟର ଧାନ ଚାଷ କରି କିଭଳି ଅଧିକରୁ ଅଧିକ ଧାନ ଅମଳ କରିହେବ ସେହି ବିଷୟରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ (୨୭ ପି ୩୭) ଧାନ ଚାଷ କରି ଅନ୍ୟ କମ୍ପାନିର ଧାନ ଠାରୁ ୭ କ୍ୱିଣ୍ଟାଲରୁ ଅଧିକ ଧାନ ଅମଳ ହୋଇଥିବା ଦେଖିବାକୁ ମିଳିଛି । ଆଗାମୀ ବର୍ଷରେ ଏହି (୨୭ ପି ୩୭ ) ପାୟୋନୀୟର ଧାନ ଲଗେଇ ଅଧିକରୁ ଅଧିକ କିଭଳି ଅମଳ କରାଯିବ ତାହା ଉପରେ ଚାଷୀଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି କମ୍ପାନିର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ କମ୍ପାନିର କ୍ଷେତ୍ର ପରିଚାଳକ ତପନ କୁମାର ନାୟକ୍, ଜିଲ୍ଲା ମ୍ୟାନେଜର ଇନ୍ଦ୍ରମଣି ପ୍ରହରାଜଙ୍କ ସହ ଛେଲାଗଡ଼ ଗ୍ରାମର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।