ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ

ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ

ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ


ପୁରୀ(ଏନ୍‌.ଏମ୍‌.): ଅଣସର ଦ୍ୱାଦଶୀ, ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ମାନଙ୍କ ଉପରେ ପକାଇ ଦଇତା ପତି ସେବକ ମାନେ ଅଣସର ପିଣ୍ଡିରୁ ଶ୍ରୀ ଅଙ୍ଗଚନ୍ଦନ ,କରାଳ ଓ ପାଟଡୋରି ଉକ୍ତ ଥାଳିରେ ରେ ରଖି ଘଣ୍ଟ , ଛତ୍ର , କାହାଳୀ ସହ ତଳିଛ ମହାପାତ୍ର ଓ ପ୍ରଧାନୀ ସେବକ ହାତ ପଇଠ ହୋଇ ଆଗେ ଆଗେ ପଟୁଆରରେ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି । ଶ୍ରୀନଅରରେ ଉପସ୍ଥିତ ହେବା ପରେ ସେଠାରେ ରାଜାଙ୍କ ଛୁଆଁ ଶାଢ଼ୀମାନ ଦଇତା, ପତି ମହାପାତ୍ର, ତଢ଼ାଉ, ଦେଉଳ କରଣ ଓ ତଳିଛ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥାଏ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ