ଅଟୋ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ: ଅଟୋ ଠାରୁ ପ୍ରାୟ ଦେଢ଼କିଲୋଟିମର ଦୂରେ ରକ୍ତ ଜୁଡ଼ୁବୁଡ଼ୁ ଅସ୍ଥାରେ ମୃତଦେହ ଉଦ୍ଧାର

ଅଟୋ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ: ଅଟୋ ଠାରୁ ପ୍ରାୟ ଦେଢ଼କିଲୋଟିମର ଦୂରେ ରକ୍ତ ଜୁଡ଼ୁବୁଡ଼ୁ ଅସ୍ଥାରେ ମୃତଦେହ ଉଦ୍ଧାର

ଅଟୋ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ: ଅଟୋ ଠାରୁ ପ୍ରାୟ ଦେଢ଼କିଲୋଟିମର ଦୂରେ ରକ୍ତ ଜୁଡ଼ୁବୁଡ଼ୁ ଅସ୍ଥାରେ ମୃତଦେହ ଉଦ୍ଧାର ;

News by Smruti ranjan Tripathy (Ctc)

ଚୌଦ୍ୱାର-ଜଗତପୁର(ଏନ୍‍.ଏମ୍‍.): ଆଜି ଭୋରୁ ଭୋରୁ ମଙ୍ଗଳି ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ହାଇଲେବଲ କେନାଲ ନୂଆରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏକ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଚୌଦ୍ୱାରଥାନାକୁ ଖବର ଦେଇଥିଲେ । ଖବର ପାଇ ଚୌଦ୍ୱାର ଥାନା ପୁଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ôଚବା ପରେ ମୃତକ ଅଟୋ ଡ୍ରାଇଭର ଜଣକ ଚୌଦ୍ୱାର ଓଟିଏମ ଦୁର୍ଗାବଜାର ଅଞ୍ଚଳର ଦୁଃଶାସନ ବିଶ୍ୱାଳଙ୍କ ପୁଅ ଲୋକନାଥ ବିଶ୍ୱାଳ(୪୮) ବୋଲି ଜଣାପଡ଼ିଥିଲା । ତେବେ ଲୋକନାଥ ଗତକାଲି ଅଟୋ ନେଇ କଟିକଟା ଅଞ୍ଚଳକୁ ଯାଇଥିବାବେଳେ ଫେରିବା ବେଳକୁ ରାତି ଟିକେ ଅଧିକ ହୋଇଯାଇଥିଲା । ତେଣୁ ସେ ଘରକୁ ଫୋନ କରି କହିଲେ ଯେ, ‘ମୁଁ ଜଗତପୁରରେ ଅଛି, ଶୀଘ୍ର ଯାଇ ଘରେ ପହଞ୍ଚିବି’ । ପୁଣି କିଛି ସମୟ ପରେ ସେ ତାଙ୍କ ଶଳାକୁ ଫୋନ୍ କରି କହିଲେ ଯେ, ‘ମୋତେ କିଛି ଲୋକ ପିଛା କରୁଛନ୍ତି’ । ଆଉ ତା’ ପରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ପରିବାର ଲୋକେ ତାଙ୍କ ବାଟକୁ ଚାହିଁ ଅଧିକ ରାତି ହେବାରୁ ଖୋଜାଖୋଜି କରିଥିଲେ । ହେଲେ ପାଇ ନଥିଲେ । ଆଜି ଭୋରରୁ ରାସ୍ତାକଡ଼ରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଲୋକନାଥଙ୍କ ପକେଟରୁ ୨୫ ହଜାର ଟଙ୍କା, ଆଉ ଏକ ପେକେଟରୁ ୧୮ଶହ ଟଙ୍କା ଓ କିଛି କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି । ତେବେ ଜଗତପୁର ଥାନା ଅଞ୍ଚଳର କେନ୍ଦ୍ରାପଡ଼ା କେନାଲ ରାସ୍ତା ନିକଟରେ ତାଙ୍କ ଅଟୋ ପଡ଼ିଥିବାବେଳେ ପ୍ରାୟ ଦେଢ଼ କିଲୋମିଟରରୁ ଉର୍ଦ୍ଧ୍ୱ ଚୌଦ୍ୱାରଥାନା ହାଇଲେବଲ କେନାଲ ନିକଟରେ ଶବ ମିଳିବା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ଏ ନେଇ କଟକ ଡିସିପି ପିନାକ ମିଶ୍ର, ଏସିପି ଏସ.ଏନ୍‍.ମୁଦୁଲି, ଚୌଦ୍ୱାରଥାନା ଆଇଆଇସି ବିରଞ୍ଚିନାରାୟଣ ମୁଦୁଲି ଓ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର କୁମାର ମେହେରଙ୍କ ସମେତ ସାଇଁଟିଫିକ ଟିମ ଅଧିକାରୀ ଉପସ୍ଥିତଥିଲେ । ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ପୁଲିସ ପକ୍ଷରୁ ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ ହୋଇଥିଲା । ତେବେ ଲୋକନାଥଙ୍କ ଅଟୋ ଜଗତପୁରଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ କେନ୍ଦ୍ରାପଡ଼ା କେନାଲ ରାସ୍ତା ନିକଟରେ ପଡ଼ିଥିବାବେଳେ ଚୌଦ୍ୱାର ଅଞ୍ଚଳରେ ମୃତଦେହ ଉଦ୍ଧାର ହେବା ସନ୍ଦେହକୁ ଅଧିକ ଘନିଭୂତ କରୁଛି । ତେବେ ଲୋକନାଥଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ଏକାଧିକ ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରିଥିବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ପୁନଶ୍ଚ ହତ୍ୟାପରେ ତାଙ୍କୁ ଗାଡ଼ି ମଧ୍ୟ ଚଢ଼ାଇଦିଆଯାଇଥିବା ଅନୁମାନ କରାଯାଉଛି । ତେବେ ଲୋକନାଥଙ୍କର କାହା ସହିତ ଶତ୍ରୁତା ନଥିବା ପରିବାର ଲୋକ କହିଛନ୍ତି । ତେବେ ଲୋକନାଥଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାକୁ କମିଶନରେଟ ପୁଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ