ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ

ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ କଟକ(ଏନ୍‌.ଏମ୍‌.): ମହାନଦୀରେ ଗାଧୋଇବାକୁ ଯାଇ ୩ଜଣ ପିଲା ଭାସିଯିବା ଏବଂ ଦୀର୍ଘ ସମୟ ଧରି ଦୁଇଜଣଙ୍କୁ ଉଦ୍ଧାର କରାଯାଇ ନପାରିବା ଘଟଣାରେ ଉତ୍ୟକ୍ତ ଅଞ୍ଚଳବାସୀ ରାସ୍ତାଅବରୋଧ କରିଥିଲେ । ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ମହାନଦୀରେ ପହଁଞ୍ଚିବା ବିଳମ୍ବ ହେବାରୁ ବ୍ୟାରେଜ ଛକ ମୁଖ୍ୟରାସ୍ତାକୁ ଚାରିଘରିଆ ଚୂନଭାଟି ଗଳି ସାହି ବାସିନ୍ଦାଙ୍କ ପକ୍ଷରୁ ଅବରୋଧ କରାଯାଇଥିଲା । ଯାହା ଫଳରେ ମହାନଦୀ…

Read More

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତ ଅଧିନସ୍ଥ ବଣୁଆ ମହାପୁରୁଷ ପୀଠରେ ମନ୍ତ୍ରୀ ପ୍ରତାପ ଜେନା ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟନ କରିଛନ୍ତି । କୁଆଁପାଳ ତାରିଣୀ ମନ୍ଦିର ପାଖରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ନିଜ ସହ ଧର୍ମିଣୀଙ୍କ ସହ ପ୍ରଭୁ ବଣୁଆ ମହାପୁରୁଷଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ…

Read More

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏକ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏ ନେଇ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏକ ବିଶାଳ ଶୋଭାଯାତ୍ରାରେ ଆସି ପାଇକରାପୁର ପଞ୍ଚାୟତର ବିକାଶରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିଛନ୍ତି । ଚମ୍ପତିପୁର ଅଞ୍ଚଳରେ ସରକାରୀ ହୋମିଓପ୍ୟାଥି…

Read More

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ : ୧ ମୃତ,୨ ନିଖୋଜ କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଯୋବ୍ରା ବ୍ୟାରେଜ ସ୍ଥିତ ମହାନଦୀକୁ ଗାଧୋଇବା ପାଇଁ ଆସିଥିବା ୩ଜଣ ସାଙ୍ଗ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି । ଜଗତପୁର ପୁଲିସଠାରୁ ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବ୍ୟାରେଜ…

Read More

ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ

ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ କଟକ(ଏନ୍‌.ଏମ୍‌.): ହୋମିଓପାଥିକର ଜନକ ପୂଣ୍ୟାତ୍ମା ସାମୁଏଲ ହ୍ୟାନିମାନ୍‌ଙ୍କ ୨୬୮ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ସହିଦ୍ ଭବନଠାରେ ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଦୀପ ରାଓ ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ ମୁଖ୍ୟବକ୍ତା, ଡାକ୍ତର ବିଚିତ୍ରାନନ୍ଦ ସ୍ୱାଇଁ ସମ୍ମାନିତ ଅତିଥି ଓ ମୁଖ୍ୟ ପରାମର୍ଶଦାତା ନିହାର ରଞ୍ଜନ ବିଶ୍ୱାଳ…

Read More

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ? ଜଗତପୁର(ଏନ୍‌.ଏମ୍‌.): ରାଜ୍ୟ ବ୍ୟାପୀ ଗ୍ରୀଷ୍ମପ୍ରଭାହ କ୍ରମଶଃ ଅସହ୍ୟ ହେଉଥିବାବେଳେ ଏଥିରୁ କେହି ନିସ୍ତାର ପାଉନାହାଁନ୍ତି । ମଧ୍ୟାହ୍ନ ସମୟରେ ଟାଣ ଖରାରେ ଘରୁ ବାହାରିବା ପାଇଁ ଅନେକ ଲୋକ ମୁଣ୍ଡରେ ଗାମୁଛା ପକାଇ ଯାଆସ କରୁଥିବା ଦେଖିବାକୁ ମିଳୁଛି । ଏଭଳି ସମୟରେ ପ୍ରଶାସନ ପକ୍ଷରୁ କେବଳ ଅଂଶୁଘାତ ମୁକାବିଲା ପାଇଁ ବୈଠକ କରାଯାଇଥିଲେ ବି ଜଗତପୁର ଅଞ୍ଚଳରେ…

Read More

ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ

ଲସି ଓ ସର୍ବତ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କଟକ(ଏନ୍‍.ଏମ୍‍.): କଟକରେ ଏତେ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବାବେଳେ ଥଣ୍ଡା ପାନୀୟଜଳ ତଥା ଲସି ସର୍ବତର ଚାହିଦା ବେଶ ବଢ଼ିଯାଇଛି । ଫଳରେ ସହରର ବିଭିନ୍ନ ସ୍ଥାନରେ ଶହ ଶହ ଲସି ସର୍ବତ ଦୋକାନ ଖୋଲାଯାଇଛି । ଖରା ଯେତିକି ଯେତିକି ବଢ଼ିଚାଲିଛି ଥଣ୍ଡା ବା ସର୍ବତ ବ୍ୟବସାୟ ସେତିକି ବୃଦ୍ଧି ପାଉଛି । ପ୍ରତ୍ୟେକ ଲସି…

Read More

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ କଟକ ସଦର(ଏନ୍‌.ଏମ୍‌.): କଟକ ଜିଲ୍ଲା କଟକ ସଦର ବ୍ଲକ ଅନ୍ତର୍ଗତ ବୋଧପୁର ଗ୍ରାମର ପ୍ରସିଦ୍ଧ ମଲିଆବାଙ୍କ ପଡିଆ ଠାରେ ଗାଦିବ୍ରହ୍ମ ଯୁବକ ସଂଘ ଦ୍ୱାରା ଏକ ଦିବସୀୟ କ୍ରିକେଟ୍ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣାମେଣ୍ଟରେ ୮ଟି ଦଳ ଅଂଶ୍ରହଣ କରିଥିଲେ । ୪ଟି ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ୪ ଦଳ ମଧ୍ୟରୁ ଅଇନପୁର ଓ କୋଶଳ କ୍ରିକେଟ୍ ଟିମ୍ ଫାଇନାଲ ଖେଳିବା…

Read More

କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ

କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ କଟକ(ଏନ୍‌.ଏମ୍‌.): ଦୁଇ ଦିନ ଧରି ବାରବାଟୀ ଷ୍ଟାଡିୟମରେ ଚାଲିଥିବା କଟକ ଜିଲ୍ଲା ଆଥଲେଟିକ ଆସୋସିଏସନର ବାର୍ଷିକ କ୍ରୀଡା ଉତ୍ସବ-୨୦୨୧ ଉଦଯାପିତ ହୋଇଯାଇଛି । ଏହି କ୍ରୀଡାରେ ଦଳଗତ ଭାବେ କଟକର ପିବି ଆଥଲେଟିକ କୋଚିଂ ସେଣ୍ଟର ୪୩୪ ପଏଣ୍ଟ ପାଇ ଚାମ୍ପିଅନ ହୋଇଛି । ତେବେ ଏହି କ୍ରୀଡାରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିବା ସହ ପିବି ଆଥଲେଟିକ ଦଳ…

Read More

କଟକରେ ପୁଣି କଳା ପଲ୍‌ସର ଆତଙ୍କ : ୩ ଲୁଟେରା ଗିରଫ, ୧୨ଟି ଲୁଟ ମୋବାଇଲ ଜବତ

କଟକରେ ପୁଣି କଳା ପଲ୍‌ସର ଆତଙ୍କ : ୩ ଲୁଟେରା ଗିରଫ, ୧୨ଟି ଲୁଟ ମୋବାଇଲ ଜବତ କଟକ(ଏନ୍‌.ଏମ୍‌.): ରାତିରେ ପଥଚାରୀଙ୍କୁ ଏକୁଟିଆ ଯାଉଥିବାର ଦେଖି ସେମାନଙ୍କ ଭ୍ୟାନିଟ ଓ ମୋବାଇଲ୍ ଲୁଟ କରୁଥିବା ଏମ ଗ୍ୟାଙ୍ଗକୁ ଠାବ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ଥାନା ବିଦ୍ୟାଧରପୁର ରାମଗଡି ଅଞ୍ଚଳର ମୁନା ଓଝା (୨୫), ବିଦ୍ୟାଧରପୁର ଅଞ୍ଚଳର…

Read More

ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା

ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଆବର୍ଜନା ପରିଚାଳନା ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ଏବେ ଦିଗହରା ହେବାରେ ଲାଗିଛି । ଯାହାଫଳରେ ସହର ଆବର୍ଜନା ପୁଣି ରାସ୍ତାଘାଟରେ ଦେଖିବାକୁ ମିଳିଛି । କଟକ ମହାନଗର ନିଗମ ଅଧିନରେ ରହିଥିବା ସମସ୍ତ ୱାର୍ଡରେ ସ୍ୱଚ୍ଛତା ଆଣିବା ଲାଗି ଘରକୁ ଘର ଆବର୍ଜନା ସଂଗ୍ରହ ଠାରୁ ଆରମ୍ଭ କରି ଆବର୍ଜନା ଗୁଡ଼ିକୁ ପରିଚାଳନା ନିମନ୍ତେ ଏମସିସି…

Read More

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ କୋଣାର୍କ (ଏନ୍‌.ଏମ୍‌.): ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଶବ ସଂରକ୍ଷଣ ଫ୍ରିଜର ସେବା ଗତକାଲି ଓଡିଶା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଲୋକାର୍ପଣର ଦ୍ୱିତୀୟ ଦିନରୁ ହିଁ ଏହାର ଲାଭ ପୁରୀ ସହରବାସୀ ନେବା ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ଶର୍ମା ନିଜର ସ୍ୱର୍ଗତ ଶାଶୁଙ୍କ ଶବ ସଂରକ୍ଷଣ ପାଇଁ ଏହି ସୁବିଧା ନେବା ପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର…

Read More