ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଅଗ୍ନିଶମ ଆରକ୍ଷୀ ମହାନିଦେ୍ର୍ଦଶକଙ୍କ ସମୀକ୍ଷା
କଟକ(ଏନ୍.ଏମ୍.): ଅତି ଭୀଷଣ ରୂପ ନେଇ ଓଡିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ବର୍ତ୍ତମାନ ସୁଦ୍ଧା ୧୭୫ଟି ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି । ଆଜି ଅଗ୍ନିଶମ ଆରକ୍ଷୀ ମହାନିଦେ୍ର୍ଦଶକ ଅସୀତ କୁମାର ପାଣିଗ୍ରାହୀ ଦୁଇଟି ଜିଲ୍ଲା ଗସ୍ତ କରି ଅଗ୍ନିଶମ କେନ୍ଦ୍ରଗୁଡିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ତାଙ୍କର…
