ଟିକାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା : ଟପିଲା ଏକ କୋଟି ପାନ ଟିକା

ଟିକାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା : ଟପିଲା ଏକ କୋଟି ପାନ ଟିକା ଭୁବନେଶ୍ୱର (ଏନ୍‌.ଏମ୍‌.) : ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାଦାନ ଅଭିଯାନରେ ଆଜି ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି । ରାଜ୍ୟସରକାରଙ୍କ ଉଦ୍ୟମ ଯୋଗୁଁ ଟିକାକରଣ କ୍ଷେତ୍ରରେ ଏହି ସଫଳତା ମିଳିପାରିଛି । ଟିକାକରଣର ସଫଳତା ସମ୍ପର୍କରେ…

Read More

କଟକରେ ପରକିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

କଟକରେ ପରକିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ କଟକ(ଏନ୍‌.ଏମ୍‌.): ସ୍ଥାନୀୟ କଲେଜ ଛକରେ ଏକ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାଁ ସନାତନ ଦାସ (୪୦) ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଏଠାରେ…

Read More

ରଥଯାତ୍ରା ପାଇଁ ଚୁଡ଼ାନ୍ତ ହେଲା ନୀତି ନିଘର୍ଣ୍ଟ

ରଥଯାତ୍ରା ପାଇଁ ଚୁଡ଼ାନ୍ତ ହେଲା ନୀତି ନିଘର୍ଣ୍ଟ ପୁରୀ(ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହାରି ଭିତରେ ରହିଛି ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ନୀତି…

Read More

କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା

କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଅନାଥ ହୋଇଯାଇଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆଶୀର୍ବାଦ’ ଯୋଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଗତ ୨୦୨୦ ଏପ୍ରିଲ ପହିଲା ବା ତା’ପରେ ଉଭୟ ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା, ଭରଣପୋଷଣ ତଥା ଯତ୍ନପାଇଁ ଏହି ଯୋଜନା…

Read More

କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର

କରୋନା ଯୁଦ୍ଧରେ ହାରିଗଲେ ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର ଭୁବନେଶ୍ୱର(ଏନ୍‍.ଏମ୍‍.): କରୋନା ଯୁଦ୍ଧରେ ଶେଷରେ ହାରିଗଲେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ତପୁ ମିଶ୍ର । ତାଙ୍କର ପରଲୋକଗତ ଖବର ପାଇ ସମ୍ପୂର୍ଣ୍ଣ ସଂଗୀତ ଜଗତ ହୋଇ ପଡ଼ିଛି ଶୋକାକୂଳ ପରିବେଶ । କୋଭିଡରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତପୁ ଆଖି ବୁଜିଛନ୍ତି । କରୋନା ଆକ୍ରାନ୍ତ ହୋଇ ପାଖାପାଖି ମାସେ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା…

Read More

କ୍ରୀଡା ଭାରତୀ ଉତ୍କଳ ତରଫରୁ ଭର୍ଚୁଆଲ କର୍ମଶାଳା

କ୍ରୀଡା ଭାରତୀ ଉତ୍କଳ ତରଫରୁ ଭର୍ଚୁଆଲ କର୍ମଶାଳା କଟକ(ଏନ୍‍.ଏମ୍‍.): କ୍ରୀଡା ଭାରତୀ ଉତ୍କଳ ତରଫରୁ ୧୫ ଦିନିଆ ବିଭିନ୍ନ ଖେଳକୁଦ ଉପରେ ଏକ ଭର୍ଚ୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ କ୍ରୀଡା ଭାରତୀ ଉତ୍କଳର ସଭାପତି ଦାମୋଧର ପଧାନୀ ଉଦ୍‍ଘାଟନ କରିଥିଲେ । ଏହି କର୍ମଶାଳାରେ ସାରା ଓଡ଼ିଶାରୁ ଶତାଧିକ ଶାରୀରିକ ଶିକ୍ଷାବିତ୍ ଯୋଗ ଦେଇଥିଲେ । ଅତିଥିବକ୍ତା ଭାବେ ଅସିତ ପାଲ, ଗଙ୍ଗାଧର ବେହେରା, ରାଜନାରାୟଣ ପାତ୍ର, ନୀଳକଣ୍ଠ ମିଶ୍ର, ରବିନାରାୟଣ ପ୍ରଧାନ,…

Read More

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କରୋନା ମୁକାବିଲା କ୍ଷେତ୍ରରେ ଅଧିକରୁ ଅଧିକ ସତର୍କ ରହିବା ପାଇଁ କେନ୍ଦ୍ରସରକାର ପରାମର୍ଶ ଦେଇଛନ୍ତି । ଏବେ ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଥିବା ଲକଡାଉନ କଟକଣା କୋହଳ ହେବାରେ ଲାଗିଛି । ଲକଡାଉନ କୋହଳ ହେବା…

Read More

ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ଓ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସାଂସଦ

ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ଓ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସାଂସଦ କଟକ(ଏନ୍‍.ଏମ୍‍.): ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୦ରେ ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତୁରେ ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଏବଂ ମନ୍ଦିର ପୁଝାରୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଉକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହସଂଗର କାର୍ଯକାରୀ ସଭାପତି ରାଜୀବ…

Read More

*ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ*

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଭୁବନେଶ୍ୱର(ଏନ୍.ଏମ୍): ପରଲୋକରେ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ଆଜି ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮ ତାରିଖରେ ତାଙ୍କୁ କଟକର ଅଶ୍ୱିନୀ ଘରୋଇ ହସ୍ପିଟାଲରୁ କୋଲକାତା ଏୟାରଲିଫ୍ଟ କରାଯାଇଥିଲା । ୧୯୬୫…

Read More

କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ : କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ

କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ କଟକ(ଏନ୍‌.ଏମ୍‌.): କଟକର ସରକାରୀ ଆଇଟିଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ଅଭିନବ ଡ୍ରୋନ । ଯାହା ଅପହଞ୍ଚ ବା ଉପାନ୍ତ ଅଞ୍ଚଳକୁ କରୋନା ଟୀକା ପହଞ୍ଚାଇବାରେ ବେଶ ସହାୟକ ହେବ ବୋଲି କୁହାଯାଉଛି । ସମ୍ପ୍ରତି କରୋନାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସହରାଞ୍ଚଳରେ ଟିକାକରଣ ବ୍ୟାପକ କରାଯାଉଥିବାବେଳେ…

Read More

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା ଭୁବନେଶ୍ୱର(ଏନ୍‌.ଏମ୍‌.): ଡବଲ ଡୋଜ୍ ଟିକା ନେଇନଥିଲେ ଜୁଲାଇ ୧ରୁ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ଅନୁମତି ମିଳିବ ନାହିଁ । ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ । ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ, ମୁଖ୍ୟ ଦପ୍ତର, ଶାଖା ଅଫିସ୍ ଓ…

Read More

ମଧୁସୁଦନ ଆଇନ୍ ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଆଇନ୍ ମନ୍ତ୍ରୀଙ୍କ ସହିତ ସାଂସଦ ସୁବାସ ସିଂହଙ୍କ ଆଲୋଚନା

ମଧୁସୁଦନ ଆଇନ୍ ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଆଇନ୍ ମନ୍ତ୍ରୀଙ୍କ ସହିତ ସାଂସଦ ସୁବାସ ସିଂହଙ୍କ ଆଲୋଚନା ସିଡିଏରେ ୨୦ଏକର ଜମି ଯୋଗାଇ ଦେବାକୁ ପ୍ରସ୍ତାବ କଟକ(ଏନ୍‌.ଏମ୍‌.): ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଆଜି ସାଂସଦ ସୁବାସ ସିଂହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା ହୋଇଛି । ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ନାମରେ ନାମିତ ମଧୁସୁଦନ ଆଇନ୍ ମହାବିଦ୍ୟାଳୟ, ଗତ ଏପ୍ରଲ୍ ୨୮ ତାରିଖ ମଧୁବାବୁଙ୍କ ଜୟନ୍ତି ଦିବସରେ ଏହି ମହାବିଦ୍ୟାଳୟକୁ ଓଡିଶାର ପ୍ରଥମ…

Read More