୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା


କୋଣାର୍କ(ଏନ୍‍.ଏମ୍‍.): ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀ କୋଣାର୍କ ଆନୁକୁଲ୍ୟରେ ୧୦ମ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀର ୧୯ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୧୧ଜଣ ହଳଦିଆ, ୪ଜଣ ନୀଳ, ୩ଜଣ ବ୍ଳୁ ଏବଂ ଜଣେ ରେଡ ବେଲ୍ଟ ପାଇଁ ପରୀକ୍ଷା ଦେଇଥିଲେ । ଓଡିଶା ଟାଏକୋଣ୍ଡା ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପରୀକ୍ଷକ ଭାବେ ଉପସ୍ଥିତ ରହି ଟାଏକୋଣ୍ଡା ପ୍ରଶିକ୍ଷାର୍ଥୀମାନଙ୍କର ପରୀକ୍ଷା କରାଇଥିଲେ । ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ଅତ୍ମରକ୍ଷା ରଣ କୌଶଳ ପ୍ରଦର୍ଶନ କରିବା ସହ ହାତ ଓ ଗୋଡରେ ପଟା ଓ ଇଟା ଭାଙ୍ଗି ନିଜ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀ କୋଣାର୍କର ପ୍ରତିଷ୍ଠାତା, ପ୍ରଶିକ୍ଷକ ତଥା ଜାତୀୟ ରେଫରୀ ଶଶିଭୂଷଣ ବାରିକଙ୍କ ପ୍ରଶିକ୍ଷଣରେ ପ୍ରଶିକ୍ଷାର୍ଥୀ ଛାତ୍ରଛାତ୍ରୀମାନେ ୧୦ମ କଲର ବେଲ୍ଟ ପରୀକ୍ଷା ଦେଇଥିଲେ । ଶ୍ରୀ ବାରିକଙ୍କ ନେତୃତ୍ୱରେ ଅନେକ ପ୍ରଶିକ୍ଷାର୍ଥୀ ଜାତୀୟସ୍ଥରୀୟ ପ୍ରତିଯୋଗୀତାରେ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରି କମାଲ ଦେଖାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀ କୋଣାର୍କର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ