ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ


ସମ୍ବଲପୁର (ଏନ୍‌.ଏମ୍‌.): ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯାଇଛି । ହୀରାକୁଦ ଜଳଭଣ୍ଡାରରୁ ମୋଟ ୨ଟି ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି । ଆଜି ପୂର୍ବାହ୍ନ ୧୧ଟା ବେଳେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟକୁ ଖୋଲା ଯିବା ପରେ ଆଉ ଗୋଟେ ସ୍ଲୁଇସ ଗେଟ୍ ଖୋଲାଯାଇଥିଲା । ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ହୀରାକୁଦ୍‌, ବୁର୍ଲା ଓ ସମ୍ବଲପୁର ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ୬୩୦ଫୁଟ ଥିବାବେଳେ ଏବେ ୬୦୯. ୩୯ଫୁଟ ରହିଛି । ଏଥିସହିତ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୬୩ ହଜାର ୬୧୨ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡକୁ ୨୨ ହଜାର ୭୮୩ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା କି ବନ୍ୟା ପରିସ୍ଥିତି ନଥିବାରୁ ଏବେ ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୁନଶ୍ଚ ହୀରାକୁଦ ଜଳଭଣ୍ଡାରରୁ ଉଦ୍‌ବୁଦ୍ଦ ଜଳ ନିଷ୍କାସନ ଯୋଗୁ ତଳ ମୁଣ୍ଡରେ ତଥା ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିବାର କୌଣସି ସମ୍ଭାବନା ନଥିବା ବନ୍ୟାନିୟନ୍ତ୍ରଣ ବିଭାଗ ପକ୍ଷରୁ କୁହାଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ