ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ
କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ଅଧିନରେ ରହିଥିବା ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁଜନତା ଦଳର କର୍ମୀଙ୍କ ମଧ୍ୟରେ ବିବାଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ମସହା ନିର୍ବାଚନରେ ଏହି ୱାର୍ଡରୁ ନଳିନୀ ବେହେରା କର୍ପୋରେଟର ପଦବୀ ପାଇଁ ବିଜେଡି ଟିକଟ ହାତେଇବା ପରେ ଦଳରେ ଅନ୍ତଦ୍ୱନ୍ଦ ଦେଖା ଦେଇଥିଲା । ଏପରିକି ଦଳୀୟ ପ୍ରାର୍ଥୀନୀଙ୍କୁ ହରାଇବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା । ଏଥିପାଇଁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସୁପାରିଶ କ୍ରମେ ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିଲୋଚନ ପଣ୍ଡା, ୪୮ନମ୍ବର ୱାର୍ଡ ମହିଳା ସଭାନେତ୍ରୀ ଇତିଶ୍ରୀ ପଣ୍ଡା ଓ ଛାତ୍ର ବିଜେଡି ସଭାପତି ରୁଦ୍ର ନାରାୟଣ ମହାପାତ୍ରଙ୍କୁ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳରୁ ନିଲମ୍ବନ କରିଥିଲେ । ଏହାକୁ ନେଇ ନିଲମ୍ବନ ହୋଇଥିବା ମହିଳା ସଭାନେତ୍ରୀ ଶ୍ରୀମତୀ ପଣ୍ଡା ମଧ୍ୟ ଜିଲ୍ଲା ବିଜେଡି ସଭାପତି ସାମନ୍ତରାୟଙ୍କ ନିକଟକୁ ତତ୍କାଳୀନ ୱାର୍ଡ ସଭାପତି ତ୍ରିଲୋଚନ ପଣ୍ଡାଙ୍କ ଭୂମିକାକୁ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗତ ୨୦୧୪ ନିର୍ବାଚନରେ ବିଜେଡି ଟିକଟରୁ ଲଳିତେନ୍ଦୁ ଶତପଥି କର୍ପୋରେଟର ପାଇଁ ନିର୍ବାଚନ ଲଢୁଥିଲେ । ସେ ସମୟରେ ମଧ୍ୟ ଟିକଟ ବଣ୍ଟନକୁ କେନ୍ଦ୍ର କରି ଗୋଷ୍ଠି କନ୍ଦଳ ଲାଗି ରହିଥିଲା । ଯାହା ଫଳରେ ବିଜେଡିକୁ ଏହି ୱାର୍ଡରୁ ଶୋଚନୀୟ ପରାସ୍ତ ହେବାକୁ ପଡିଥିଲା । ସେତେବେଳେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ୱାର୍ଡ ସଭାପତିଙ୍କ ସମେତ ୱାର୍ଡର ଅନ୍ୟ ନେତା ମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ସେ ନେଇ ଶ୍ରୀମତୀ ପଣ୍ଡା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେଣୁ ଜାଣିବାର ଅଛି ଯେ, ଏହି ନିର୍ବାଚନରେ ଏମାନଙ୍କୁ ଦଳରୁ ନିଲମ୍ବନ କରାଗଲା କିନ୍ତୁ ୨୦୧୪ ନିର୍ବାଚନରେ କିଛି ବିଜେଡି ଦଳୀୟ କର୍ମୀମାନେ ବିଜେଡି ପ୍ରାର୍ôଥଙ୍କୁ ଶୋଚନୀୟ ପରାସ୍ତ କରାଇବାରେ ଓ ଅନ୍ୟ ଦଳକୁ ଜିତାଇବାରେ ସହାୟତା କରିଥିଲେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଟାନ କରାଯାଉନାହିଁ ।