ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌


#କଟକ (ଏନ୍‌.ଏମ୍‌.): କଟକ ସହରରେ ଲୁଟ୍ ପାଇଁ ୭ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଯୋଜନା କରୁଥିବାବେଳେ କମିଶନରେଟ ପୁଲିସ ସେମାନଙ୍କୁ ମାଡ଼ିବସିଛି । କୌଣସି ସୂତ୍ରରୁ ଖବର ପାଇ ଏହି ଅପରାଧୀମାନଙ୍କୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ଏକାଧିକ ମାମଲା ରହିଛି । ପୁଲିସ୍ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ସହିତ ଦୁଇ ଥର ଗାଡ଼ି ଜବତ ହୋଇଥିବା ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ଆନ୍ତଃରାଜ୍ୟ ଲୁଟେରା ତଥା ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ, ଅବଦୁଲ୍ କାଦିର, ସେକ୍ ନାଦିମ୍‌, ଶ୍ରୀନାଥ ରାଉତ, ହିମାଂଶୁ ଶେଖର ସାହୁ, ସୟଦ ଅବଦୁଲ୍ ସୁଫିଆ ଓ ପ୍ରଦୀପ ସାହୁ ସଦର ଥାନା ଅଞ୍ଚଳରେ ବସି ଯୋଜନା କରୁଥିଲେ । ଏ ସମ୍ପର୍କରେ ଖବର ପାଇ କମିଶନରେଟ୍ ପୁଲିସର ଏକ ଟିମ୍ ସେଠାରେ ଅଚାନକ ଚଢ଼ଉ କରିଥିଲା । ପୁଲିସକୁ ଦେଖି ସେମାନେ ଚମ୍ପଟ ମାରିଥିଲେ । ହେଲେ ପୁଲିସ୍ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କ ଭିତରେ ଥିବା ମହମ୍ମଦ ସକିଲ୍ ନାଁରେ କଟକର ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି । କିଛି ଦିନ ତଳେ ତାକୁ କଟକରୁ ତଡ଼ିପାର କରାଯାଇଥିଲା । ଏହା ସତ୍ତ୍ୱେ ସେ କଟକ ଆସି ଡକାୟତି ପାଇଁ ଯୋଜନା କରୁଥିଲା । ଠିକ୍ ସେହିପରି ସେକ୍ ନାଦିମ ନାଁରେ ୫ଟି ମାମଲା ରହିଛି । ଗ୍ରାମାଞ୍ଚଳ କଟକ ଓ ଖୋର୍ଦ୍ଧାର ବିଭିନ୍ନ ଥାନାରେ ଏହି ସବୁ ମାମଲା ରହିଛି । ଶ୍ରୀନିବାସ ରାଉତ ନାଁରେ ଚାଉଳିଆଗଞ୍ଜ, କିଶନନଗର, ବିରିଡ଼ି, କନ୍ଦରପୁର ଓ ଖାରବେଳନଗର ଥାନା ଅଞ୍ଚଳରେ ୧୨ରୁ ଅଧିକ ମାମଲା ରହିଛି । ହିମାଂଶୁ ସେଖର ସାହୁ ନାଁରେ ସହିଦ୍ ନଗର ଓ ଲକ୍ଷ୍ମୀସାଗର ଥାନାରେ ୨ଟି ମାମଲା ରହିଛି । ସେହିପରି ସୟଦ ଅବଦୁଲ୍ ସୁଫିଆ ନାଁରେ ୩, ଅବଦୁଲ କାଦିର ନାଁରେ ୧୫ଟି, ପ୍ରଦୀପ ରାଉତ ନାଁରେ ବାରଙ୍ଗ ଥାନାରେ ୪ଟି ମାମଲା ରହିଛି । ପୁଲିସ୍ ସେମାନଙ୍କଠାରୁ ୨ଟି ମହିନ୍ଦ୍ରା ଥର ଗାଡ଼ି, ୨ଟି ପିସ୍ତଲ, ଗୋଟିଏ ଟଏଗନ୍‌, ଗୋଟିଏ ବାଇକ୍‌, ୯ଟି ମୋବାଇଲ୍ ଫୋନ୍ ଓ ଖଣ୍ଡା ଜବତ କରିଛି । ଜବତ ହୋଇଥିବା ଗାଡ଼ିର ମାଲିକ କିଏ ସେ ସମ୍ପର୍କରେ ଜଣାପଡ଼ି ନାହିଁ । ତାହା ଉପରେ ତଦନ୍ତ ଚାଲିଛି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ