ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ


ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଦିଲ୍ଲୀ ବିମାନ ବନ୍ଦରରେ ଏକ ଦୁର୍ଘଟଣା ଘଟିଛି । ଏକ ଲାଇଟ ପୋଷ୍ଟରେ ଯାତ୍ରୀବାହୀ ବିମାନଟି ମାଡ଼ ହୋଇ ଯାଇଛି । ତେବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇସଜେଟର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପାଇଁ ଉଦ୍ୟମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବିମାନଟି ଉଡାଣ କରିବା ନିମନ୍ତେ ଟର୍ମିନାଲରୁ ରନୱେ ଯାଏଁ ନିଆଯାଉଥିଲା । ବିମାନକୁ ପୁସବ୍ୟାକ୍ କରିବା ବେଳେ ଲାଇଟ ପୋଷ୍ଟ ସହ ଧକ୍କା ହୋଇଥିଲା । ଏହି ବିମାନଟି ଦିଲ୍ଲୀରୁ ଜମ୍ମୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ସ୍ପାଇସଜେଟ ଗୋରଖପୁର-ବାରାଣସୀ ସମେତ ୭ଟି ବିମାନ ଉଡ଼ାଣ ପାଇଁ ଘୋଷଣା କରିଛି । ରବିବାର ଦିନ ଏହାକୁ କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଉଦ୍ଘାଟିତ କରାଯାଇଥିଲା । ଗୋରଖପୁର-ବାରାଣସୀ ବିମାନ ବ୍ୟତୀତ ସ୍ପାଇସଜେଟ ମଧ୍ୟ ଆଞ୍ଚଳିକ ସଂଯୋଗ ଯୋଜନା ଉଡାଣ ଅଧୀନରେ ହାଇଦ୍ରାବାଦ-ପୁଡୁଚେରୀ-ହାଇଦ୍ରାବାଦ, ବାରାଣାସୀ-କାନପୁର-ବାରାଣାସୀ ଏବଂ ବାରାଣାସୀ-ପାଟନା ବିମାନ ଉଡ଼ାଣ ପାଇଁ ଘୋଷଣା କରିଛି । ତେବେ ଆଜି ଦୁର୍ଘଟଣା ଯୋଗୁଁ ବିମାନଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାତ୍ରୀମାନେ ସୁରକ୍ଷିତ ଥିବାସତ୍ତ୍ୱେ ହଡ଼ବଡେଇ ଯାଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ