ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା


କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜନୈତିକ ତିକ୍ତତା ରହି ଆସିଛି । ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା । ସେହିପରି ନିର୍ବାଚନ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲ୍ପନ ବାନ୍ଦୋପାଧ୍ୟାୟ ପ୍ରସଙ୍ଗରେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଆମ୍ୱ ପଠାଇଛନ୍ତି । ତେବେ ଏହା ଦୁଇ ଜଣଙ୍କ ମଧ୍ୟରେ ସ୍ୱଭାବରେ ପରିବର୍ତ୍ତନରେ ଆଭାସ ନା ବିବାଦ ସମାଧାନ କରି ଆଗକୁ ବଢ଼ିବା ଉଦ୍ଦେଶ୍ୟରେ ଉପହାର ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।
ମମତା ଏବେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଆମ୍ବ ପଠାଇ ଲାଗିରହିଥିବା ରାଜନୈତିକ ତିକ୍ତତାରେ ପୂର୍ଣ୍ଣଛେଦ ପକାଇବାକୁ ଉଦ୍ୟମ କରିଛନ୍ତି ବୋଲି କୁହାଯାଉଛି । ମମତା ହିମସାଗର, ମାଲଦା ଏବଂ ଲକ୍ଷ୍ମଣବାଗ ଆଦି ବିଭିନ୍ନ ପ୍ରକାରର ଆମ୍ବ ମୋଦିଙ୍କ ନିକଟକୁ ପଠାଇ ଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଆମ୍ବ ଡାଲା ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ତେବେ ଆମ୍ବ ପଠାଇବା ପରେ ବିଜେପି ଏବଂ ଟିଏମସି ମଧ୍ୟରେ ଥିବା ସମ୍ପର୍କର ତିକ୍ତତା କେତେ କମିଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ଇତି ମଧ୍ୟରେ ବିଜେପି ନିର୍ବାଚନ ପରବର୍ତ୍ତୀ ହିଂସା ଓ ନାରଦା ଷ୍ଟିଙ୍ଗ ଅପରେସନକୁ ପ୍ରସଙ୍ଗ କରି ମମତାଙ୍କୁ ଘେରିବାକୁ ଚେଷ୍ଟା କରିଛି । ଉଭୟ ଦଳ ପରସ୍ପର ଉପରେ ଆକ୍ରମଣ ଏବଂ ପ୍ରତି ଆକ୍ରମଣ କରୁଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ମାନବ ଅଧିକାର ଆୟୋଗ ହିଂସା ଘଟଣାର ତଦନ୍ତ କରିବାକୁ ଯାଇଥିଲେ । ହେଲେ ଆକ୍ରମଣର ଶିକାର ହୋଇଥିଲେ । ଏଥିପାଇଁ ଟିଏମସି ଉପରକୁ ପ୍ରଶ୍ନ ଉଠିଛି । ଏବେ ଏନଏଚଆରସି ତାର ରିପୋର୍ଟ କୋର୍ଟରେ ଦାଖଲ କରିଥିବା ସୂଚନା ରହିଛି । ତେବେ ଚଳିତ ଜୁଲାଇରେ ସଂସଦର ପ୍ରଥମ ଅଧିବେଶନ ବସିବ ବୋଲି ଆକଳନ କରାଯାଉଥିବାବେଳେ ଏହି ସମୟରେ ପଶ୍ଚିମବଙ୍ଗରେ ଚାଲିଥିବା ନିର୍ବାଚନୀ ହିଂସାକୁ ପ୍ରମୁଖ ଅସ୍ତ୍ର କରି ବିଜେପି ଟିଏମସିକୁ ଘେରିବ ବୋଲି ଯୋଜନା କରିଥିବା ସୂଚନା ରହିଛି । ହେଲେ ମୋଦି, ଶାହ ଦିଦିଙ୍କ ଦ୍ୱାରା ପଠାଯାଇଥିବା ଆମ୍ୱ ଖାଇବା ପରେ ସେହି ପୁରୁଣା ସ୍ୱଭାବ ରହୁଛି ନା ନରମ ମନୋଭାବ ରଖୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ୨୦୧୧ ପାଖରୁ ମମତା ମୋଦିଙ୍କୁ ଆମ୍ୱ ପଠାନ୍ତି ବୋଲି ଜଣାପଡ଼ିଛି । ଯଦି ଆଗାମୀ ଦିନରେ ଉଭୟ ଦଳ ହିଂସା ପରାୟଣରୁ ଓହରି ଜନକଲ୍ୟାଣରେ ମନୋନିବେଶ କରିବେ ତାହା ରାଜ୍ୟର ଉନ୍ନତି ସହ ଦେଶର ଉନ୍ନତିରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି